ଜଗା ଦର୍ଶନ ପାଇଁ ପୁରୀ ବାସୀଙ୍କ ନିମନ୍ତେ ନୂଆ ଗାଇଡଲାଇନ

ପୁରୀ: ଶ୍ରୀମନ୍ଦିରରେ ଜଗା ଦର୍ଶନ ନିମନ୍ତେ ପୁରୀବାସୀଙ୍କ ପାଇଁ ଆସିଲା ନୂଆ ଗାଇଡଲାଇନ । ଜାରୀ ହୋଇଥିବା ଏସଓପି ଅନୁଯାୟୀ ୫ ଦିନ ପୁରୀବାସୀଙ୍କ ପାଇଁ କାଳିଆ ଦର୍ଶନ ସୁବିଧା ମିଳିବ । ଦର୍ଶନ କରିବା ପାଇଁ ପୁରୀବାସୀଙ୍କୁ ଡବଳ ଡୋଜ୍ ଟିକା ସାର୍ଟିଫିକେଟ୍ କିମ୍ବା ଆରଟିପିଆରର ଟେଷ୍ଟ ରିପୋର୍ଟ ଆଉ ଦରକାର ପଡିବନି । କେବଳ ସାଙ୍ଗରେ ଆଧାର କାର୍ଡ ନେଇ କରିପାରିବେ ଶ୍ରୀଜିଉଙ୍କ ଦର୍ଶନ । ଦର୍ଶନ ପାଇଁ ପୌର ପ୍ରଶାସନ ପକ୍ଷରୁ ୱାର୍ଡୱାରୀ ଚିରକୁଟ ଦିଆଯିବ । 

ଏହାସହିତ ପରିତୟ ପତ୍ରର କଡାକଡି ଯାଞ୍ଚ ହେବ । ସେହିପରି ରଥଯାତ୍‌ରାରେ ସମ୍ପୃକ୍ତ ସମସ୍ତ ସେବାୟତଙ୍କ ସହ ତିନି ପ୍ରଶାସନର କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯିବ । ଆସନ୍ତା ୯ ତାରିଖରୁ କୋଭିଡ୍ ଟେଷ୍ଟ କରାଯିବ । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

Leave a Reply

Your email address will not be published.