ଖବରକାଗଜ ହକରମାନଙ୍କୁ ମିଳିଲା କୋଭିଡ ସହାୟତା

କଟକ, (ନାଗରାଜ ନ୍ୟୁଜ): ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଖବରକାଗଜ ହକରମାନଙ୍କୁ ସେମାନଙ୍କର ହକ୍‌ ପ୍ରଦାନ କରିଛନ୍ତି । ସେମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ସେମାନଙ୍କୁ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିବା ସହିତ ଅଣସଂଗଠିତ କ୍ଷେତ୍ର ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି । ଓଡ଼ିଶାର ଖବରକାଗଜ ହକର ମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ସହାୟତାର ଶୁଭାରମ୍ଭ ଭିଡ଼ିଓ କଂଫେରେନସିଙ୍ଗ ଜରିଆରେ କରିଛନ୍ତି । ପ୍ରତ୍ୟେକ ହକର ମାନଙ୍କୁ ୬୦୦୦ ଟଙ୍କା ସହାୟତା ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରଦାନ କରାଯାଇଛି । ଆଜି ଏହି ପରିପ୍ରେକ୍ଷୀରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ସହିଦ ଭବନ ପ୍ରେକ୍ଷାଳୟଠାରେ କଟକ ଜିଲ୍ଲାର ୧୫୦ରୁ ଉର୍ଦ୍ଧ୍ଵ ହକର ମାନଙ୍କ ଉପସ୍ଥିତିରେ ଏହି ଶୁୁଭାରମ୍ବ କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା ।

ସୂଚନା ଯୋଗ୍ୟ ସମଗ୍ର କଟକ ଜିଲ୍ଲାରେ ୮୨୨ଜଣ ହକରଙ୍କୁ ପଞ୍ଜିକରଣ କରାଯାଇ ସେମାନଙ୍କ ବ୍ୟାଙ୍କ ଖାତାକୁ ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ଆଭାସୀ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ, ଡ଼ା ପ୍ରମୋଦ କୁମାର ମଲ୍ଲିକ,ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ, ଜିଲ୍ଲାପାଳ ତଥା ଜିଲ୍ଳା ମାଜିଷ୍ଟ୍ରେଟ,ଶ୍ରୀ ଭବାନୀ ଶଙ୍କର ଚୟନୀ, ସି ଏମ ସି କମିଶନର, ଶ୍ରୀମତୀ ଅନନ୍ୟା ଦାସ,ସୂଚନା ଓ ଲୋକ ସମ୍ପର୍କ ବିଭାଗର କେନ୍ଦ୍ରାଞ୍ଚଳ ଉପ-ନିର୍ଦ୍ଦେଶକ, ଶ୍ରୀ ଅଶୋକ କୁମାର ଷଢଙ୍ଗୀ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published.