ଭାରତରେ ନାହିଁ ଓମିକ୍ରନ ଭୟ: ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଭାରତରେ ନାହିଁ ଓମିକ୍ରନ ଭୟ । ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କରୋନା ଭୂତାଣୁର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍ କୁ ନେଇ ଏବେ ପୁରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବିଶେଷ ଭାବରେ ସଂକ୍ରମଣର ଭୟ ସବୁ ଦେଶକୁ ରହିଛି । ଭାରତରେ ଏପର୍ୟ୍ୟନ୍ତ ଓମିକ୍ରନ୍ ର ଭୟ ନାହିଁ । ଏଯାଏଁ ଭାରତରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ ତେଣୁ ଭୟ ନକରି ସତର୍କ ରହିବାର ଆବଶ୍ୟକ ରହିଛି ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଅନ୍ୟପଟେ ବିଦେଶରୁ ଆସୁଥିବା ଯାତ୍ରୀ ମାନଙ୍କ ଉପରେ ବିଶେଷ ନଜର ରଖାଯାଇଛି । ଯଦି ଏମାନଙ୍କ ମଧ୍ୟରୁ କେହି କରୋନା ପଜିଟିଭ୍ ଚିହ୍ନଟ ହୁଅନ୍ତି ତେବେ ତୁରନ୍ତ ସେମାନଙ୍କ ଜିନୋମ୍ ସିକ୍ୱେନ୍ସ କରାଯାଇ ସେମାନେ କେଉଁ ଭ୍ୟାରିଏଣ୍ଟ ଦ୍ୱାରା ଆକ୍ରାନ୍ତ ତାହା ସ୍ପଷ୍ଟ କରାଯିବ ବୋଲି କହିଛନ୍ତି ଡାକ୍ତର ବିଜୟ ମହାପାତ୍ର ।

Leave a Reply

Your email address will not be published.