ନିର୍ବାଚନରେ କୌଣସି ହିଂସାକୁ ବରଦାସ୍ତ କରାଯିବନି: ପୋଲିସ୍ ମହାନିର୍ଦ୍ଦେଶକ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ରାଜ୍ୟରେ ଆରମ୍ଭ ହୋଇଯାଇଛି ପଞ୍ଚାୟତ ନିର୍ବାଚନ । ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ଅନେକ ସ୍ଥାନରେ ହିଂସାର ବାତାବରଣ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ନିର୍ବାଚନୀ ହିଂସା କୁ ନେଇ ରାଜ୍ୟ ନିର୍ବାଚନ କମିଶନ ଜରୁରୀ ବୈଠକ ଡ଼କାଇଛନ୍ତି । ଏହି ବୈଠକ ପରେ ପୋଲିସ୍ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ମନ୍ତବ୍ୟ ଦେଇଛନ୍ତି ଯେ “କୌଣସି ଗଣ୍ଡଗୋଳ,ହିଂସାକୁ ବରଦାସ୍ତ କରାଯିବନି ।

କିଛି ଜାଗାରେ ହିଂସା,ଗଣ୍ଡଗୋଳ ହୋଇଥିବା ନଜରକୁ ଆସିଥିବା ମଧ୍ୟ କହିଛନ୍ତି । ଗଣ୍ଡଗୋଳରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉଛି ଏବଂ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । ସେ ଏହା ମଧ୍ୟ କହିଛନ୍ତି ଯେ ଭୋଟ୍ ଗ୍ରହଣ ବେଳେ ଯେଉଁ ମାନେ ବାଧା ଦେବେ ସେମାନଙ୍କୁ ଛଡ଼ା ଯିବନି । ବାକି ୪ ପର୍ଯ୍ୟାୟ ନିର୍ବାଚନ ବିନା ହିଂସାରେ କରିବାକୁ ପଦକ୍ଷେପ ନିଆଯାଉଛି । ଭୋଟ୍ ହେବାକୁ ଥିବା ସ୍ଥାନରେ ପୋଲିସ୍ ମୂତୟନ କଡ଼ାକଡ଼ି କରାଯାଉଛି ।

Leave a Reply

Your email address will not be published.