ଭାରତର ରାଷ୍ଟ୍ରପତି ଙ୍କ ପକ୍ଷରୁ ଜନଗଣନା କାର୍ଯ୍ୟରେ ନିୟୋଜିତ ପରିଗଣନା କାରି ସୁପର ଭାଇଜର ମାନଙ୍କୁ ମାନପତ୍ର ପ୍ରଦାନ କରାଗଲା

ଆଜି କଟକ ମହାନଗର ନିଗମ କାର୍ଯ୍ୟାଳୟ ବିଜୁଭବନ ପରିସର ସ୍ଥିତ ବିଶ୍ଵନାଥ ପଣ୍ଡିତ ସମ୍ମିଳନୀ କକ୍ଷରେ କଟକ ମହାନଗର ପକ୍ଷରୁ 2011 ମସିହା ଜନଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିବା ବିଦ୍ୟାଧରପୁର ଉଚ୍ଚ ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀ ବାସନ୍ତୀ ବେହେରା,
କ୍ଷୀରୋଦ ଚନ୍ଦ୍ର ଦୀକ୍ଷିତ,ସତ୍ ସଙ୍ଗ ନୋଡାଲ ହାଇସ୍କୁଲ,
ପ୍ରେମଲତା ମହାନ୍ତି, କାଜି ଡିହ ଉପ୍ରା ବିଦ୍ୟାଳୟ, ଓ ସୁବେଶ ଛୋଟରାୟ,ବିଜୟ କୁମାର ମୁଦୁଲି,ନୂଆବଜ଼ାର ହାଇସ୍କୁଲ,ବୁଧେଶ୍ବର ଜେନା, ରାଣୀହାଟ ହାଇସ୍କୁଲ ଙ୍କୁ ଶ୍ରେଷ୍ଠ ପରିଗଣନା କାରୀ ସୁପର ଭାଇଜର ଭାବେ।
ଭାରତ ର ରାଷ୍ଟ୍ରପତି ଙ୍କ ପକ୍ଷରୁ ଜନ ଗଣନା କାର୍ଯ୍ୟରେ ନିୟୋଜିତ ପରିଗଣନା କାରୀ, ସୁପର ଭାଇଜର ମାନଙ୍କୁ ଉପଢୌକନ ସହ ମାନ ପତ୍ର ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ଉତ୍ସବରେ ମହା ନଗର ନିଗମର ଅତିରିକ୍ତ ଆୟୁକ୍ତ ସୁମିତ୍ରା ସରକାର, ମହାନଗର ନିଗମର ସଚିବ ଲତାଶ୍ରୀ ବାଗ,ଜନ ଗଣନା ନିର୍ଦେଶା ଲାର ଅତିରିକ୍ତ ନିର୍ଦେଶକ ମିଳିତା ଦତ୍ତ, କଟକ ଜିଲ୍ଲାର ସଂଯୋଜକ
ପ୍ରମୋଦ ପଟନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.