ଭାରତ ବନ୍ଦ ପାଇଁ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ବାତିଲ

କଟକ: ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ପାଇଁ ମଙ୍ଗଳବାର ଚାଷୀମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି । ତେବେ ଭାରତ ବନ୍ଦ ପାଇଁ ଓଡିଶା ସିଭିଲ ସର୍ଭିସ ମେନ ପରୀକ୍ଷା ବାତିଲ କରାଯାଇଛି । ମଙ୍ଗଳବାର ହେବାକୁ ଥିବା ଏହି ପରୀକ୍ଷା ଜାନୁଆରୀ ୨ ତାରିଖରେ କରାଯିବ ବୋଲି ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୧୨ ଦିନ ଧରି ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ କୃଷି ବିଲ୍‌ ୨୦୨୦  ବିରୋଧରେ କରି ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । କେନ୍ଦ୍ର ସରକାରଙ୍କ ସହ ୫ ଥର ଆଲୋଚନା ହେବା ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଦିଲ୍ଲୀର ଏହି ଚାଷୀ ଆନ୍ଦୋଳନକୁ ଦେଶର ବିଭିନ୍ନ ସ୍ଥାନରେ ସମର୍ଥନ କରାଯାଇ ଆନ୍ଦୋଳନ କରାଯାଇଥିବା ଦେଖିବାକୁ ମିଳିଥିଲା । ଓଡିଶାରେ ମଧ୍ୟ ଏହି ଆନ୍ଦୋଳନ ସମର୍ଥନରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରାଜ୍ୟରେ ଆନ୍ଦୋଳନ କରାଯାଇଥିଲା । ଏଥିରେ ସଙ୍ଗଠନର ଛାତ୍ର ନେତାମାନେ ମଧ୍ୟ ସାମିଲ ହୋଇଥିଲେ । କେନ୍ଦ୍ର ସରକାର ଏହି କୃଷି ଆଇନକୁ ପରିବର୍ତ୍ତନ ନ କଲେ ଦିଲ୍ଲୀରେ ହେଉଥିବା ଚାଷୀ ଆନ୍ଦୋଳନରେ ସେମାନେ ସାମିଲ ହେବେ ବୋଲି ଚେତାବନୀ ଦେଇଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ହୋଇଥିବା ଦେଖିବାକୁ ମିଳିଥିଲା ।

ତେବେ ଦିଲ୍ଲୀରେ ଚାଷୀମାନେ କୃଷି ଆଇନ ବିରୋଧରେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଇଛନ୍ତି । ତେବେ ମଙ୍ଗଳବାର ଭାରତ ବନ୍ଦ ହେଉଥିବାରୁ ଓଡିଶା ସରକାର ଏକ ବଡ ନିଷ୍ପତ୍ତି ନେଇ ସିଭିଲ ସର୍ଭିସର ମେନ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି । ତେବେ ଏହି ପରୀକ୍ଷା ଡିସେମ୍ବର ୮ ତାରିଖ ପରିବର୍ତ୍ତେ ଜାନୁଆରୀ ୨ ତାରିଖରେ ହେବ

Leave a Reply

Your email address will not be published.