ମାତୃଶକ୍ତି ମହିଳା ସଙ୍ଗଠନର ମଦ ଦୋକାନକୁ ବିରୋଧ

ରାଉରକେଲା: ମାତୃଶକ୍ତି ମହିଳା ସଙ୍ଗଠନର ମଦ ଦୋକାନକୁ ବିରୋଧ । ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲାର ସେକ୍ଟର ୧୫ରେ ଥିବା ନୂତନ ବିଦେଶୀ ମଦ ଦୋକାନ ସମ୍ମୁଖରେ । ଖବର ଅନୁସାରେ ମଦ ଦୋକାନ ବନ୍ଦ କରିବା ପାଇଁ ମାତୃଶକ୍ତି ମହିଳା ସଙ୍ଗଠନ ତରଫରୁ ବିକ୍ଷୋଭ କରାଯାଇଥିଲା । କାରଣ ଛକ ପାଖରେ ଥିବା ମଦ ଦୋକାନ ପାଇଁ ଝିଅ ଓ ବିବାହିତା ମହିଳାମାନେ ବିଭିନ୍ନ ପ୍ରକାର ଅଶ୍ଳୀଳ ଇଙ୍ଗିତ ସହ କମେଣ୍ଟ ପାସର ଶିକାର ହେଉଛନ୍ତି । ସେକ୍ଟର ୧୫ ରେ ଥିବା ଖେଳ ପଡ଼ିଆରେ ମଦ ବୋତଲ, ଭଙ୍ଗାକାଚ ଓ ପ୍ଲାଷ୍ଟିକ ଗ୍ଲାସ୍ ଆଦି ପଡିଥିବାର ଦେଖିବାକୁ ମିଳିଥିଲା। ପାଖରେ ସ୍କୁଲ ଓ କଲେଜ ଥିବାରୁ ମଦ ଦୋକାନ ବନ୍ଦ ପାଇଁ ଅଭିଯାନ ଆରମ୍ଭ କରାଯାଇଛି। ଏହି ସବୁ କାର୍ଯ୍ୟକଳାପ ପାଇଁ ଜନସାଧାରଣରେ ତ୍ରିବ ଅସନ୍ତୋଷ ପ୍ରକାଶ ପାଇଛି।

 

Leave a Reply

Your email address will not be published.