ପଞ୍ଚପାଳ ଗ୍ରାମ ହେଲା ସାନିଟାଇଜ

ବାରଙ୍ଗ: ବାରଙ୍ଗ ବ୍ଲକ୍ ପଞ୍ଚୁପାଳ ଗ୍ରାମକୁ ଗାଁ କଲ୍ୟାଣ ସମିତି ତରଫରୁ ସାନିଟାଇଜି କରାଯାଇଛି। ପଞ୍ଚାୟତରୁ କରୋନା ସଂକ୍ରମିତ ବାହାରୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ସ୍ୱାସ୍ଥ୍ୟ କର୍ମୀ ବନମାଳୀ ରାଉଳଙ୍କ ତତ୍ତ୍ଵାବଧାନରେ ପଞ୍ଚୁପାଳ ଗ୍ରାମ ସଭାପତି ପ୍ରଭାତ କୁମାର ବିଶୋଇ, ଉପସଭାପତି ରୁଦ୍ର ନାରାୟଣ ଷଡ଼ଙ୍ଗୀ, ସମ୍ପାଦକ ରଣଜିତ ବିଶୋଇ ସାମିଲ ହୋଇ ଗାଁର ପ୍ରତ୍ୟେକ ସାହି ବୁଲି ସାନିଟାଇଜର ସିଞ୍ଚନ କରାଇଥିଲେ। ଅଙ୍ଗନୱାଡି କର୍ମୀ ନିବେଦିତା ଷଡ଼ଙ୍ଗୀ, ହିନପ୍ରଭା ଷଡ଼ଙ୍ଗୀ ଓ କିଶୋର ବିଶୋଇ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published.