ବ୍ଲାକ୍ ଫଙ୍ଗସକୁ ରୋକିବା ଲାଗି ପ୍ରସ୍ତୁତି ଆରମ୍ଭ

ଲଖନଉ: ଉତ୍ତର ପ୍ରଦେଶରେ ବ୍ଲାକ୍ ଫଙ୍ଗ୍‌ସ ରୋଗୀ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହିପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । ଉଦ୍ଧାର ଏବଂ ଚିକିତ୍ସାର ପ୍ରଭାବି ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେହିଭଳି ଏହି ମୁକାବିଲା ପାଇଁ ସରକାର ସଂଜୟ ଗାନ୍ଧି ଆର‌୍ୟୁବିଜ୍ଞାନ ପ୍ରତିଷ୍ଠାନର ୧୨ ଜଣିଆ ସଦସ୍ୟଙ୍କୁ ନେଇ ଏକ ବିଶେଷଜ୍ଞ ଟିମ୍ ଗଠନ କରିଛନ୍ତି । 

ଶନିବାର ଏକ ସରକାରୀ ବୟାନରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ ସଂକ୍ରମଣ ମୁକ୍ତ ହୋଇଯିବା ପରେ କିଛି ଲୋକଙ୍କ ମଧ୍ୟ ବ୍ଲାକ ଫଙ୍ଗସ ରୋଗୀ ଦେଖାଯାଉଛି । ଏହାକୁ ଦୃଷ୍ଟିରେ ରଖି ଏହି ସଂକ୍ରମଣ ଚିକିତ୍ସା ବ୍ୟବସ୍ଥା କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ସବୁ ଜିଲ୍ଲାରେ ବ୍ଲାକ ଫଙ୍ଗସ୍ ଚିକିତ୍ସା ଲାଗି ଆବଶ୍ୟକ ଔଷଧ ରଖାଯାଉ । ଭାରତ ସରକାର ଏବଂ ଚିକିତ୍ସା ପ୍ରତିଷ୍ଠାନ ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ସମନ୍ୱୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  

Leave a Reply

Your email address will not be published.