ସାମ୍ଭାବ୍ୟ ବାତ୍ୟା ଜୱାଦର ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ସାମ୍ଭାବ୍ୟ ବାତ୍ୟା ଜୱାଦକୁ ନେଇ ରାଜ୍ୟରେ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିଶେଷ ଭାବରେ ରାଜ୍ୟରେ ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଇଛି । ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା ହେବା ନେଇ ଆକଳନ କରାଯାଇଛି । ଏବଂ ବାତ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ଅର୍ଥାତ୍ ଡିସେମ୍ବର ୩ ରୁ ୫ ତାରିଖ ପର୍ୟ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଉପକୂଳ ଜିଲ୍ଲା ସହିତ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକୁ ମଧ୍ୟ ଆଲର୍ଟ ଜାରି କରିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଖୋର୍ଦ୍ଧାର ଜିଲ୍ଲାପାଳ ସାମ୍ଭାବ୍ୟ ବାତ୍ୟାକୁ ନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆଜି ସମସ୍ତ ତହସିଲଦାର ଓ ବିଡିଓଙ୍କୁ ନେଇ ଜିଲ୍ଲାପାଳ ବାତ୍ୟା ଜୱାଦ ମୁକାବିଲାକୁ ନେଇ ବୈଠକ କରିଥିବା ବେଳେ ବୈଠକରେ ବାତ୍ୟା ଯୋଗୁଁ ଉପୁଜିବାକୁ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି ।

Leave a Reply

Your email address will not be published.