ଅଯୋଧ୍ୟା ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କରିବେ ଭବ୍ୟ ରାମ ମନ୍ଦିରର ଭୂମିପୂଜନ

ଦିଲ୍ଲୀ ,(ନାଗରାଜ ନ୍ୟୁଜ ):(୫ .୦୮.୨୦୨୦)

ଅଯୋଧ୍ୟା ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି ମୋଦି । ଅଯୋଧ୍ୟାରେ ପହଁଚିବା ପରେ ପ୍ରଥମେ ସେ ରାମଲାଲାଙ୍କ ଦର୍ଶନ କରିବେ । ତାପରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ତାପରେ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ।

ଆଜି ଶେଷ ହେବାକୁ ଯାଉଛି ଶହ ଶହ ବର୍ଷର ଅପେକ୍ଷା । ପ୍ରଭୁ ଶ୍ରୀରାମଙ୍କ ଜନ୍ମ ସ୍ଥାନରେ ଆଜି ପ୍ରଭୁଙ୍କ ପାଇଁ ମନ୍ଦିର ନିର୍ମାଣ ପାଇଁ ହେବ ଭୂମି ପୂଜନ । ବୈଦିକ ରୀତିନୀତିରେ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୧ ଜଣ ପୁରୋହିତ ପୂଜା କରିବେ । ଶିଳାନ୍ୟାସ ପାଇଁ ମାତ୍ର ୩୨ ସେକେଣ୍ଡର ଶୁଭ ମୁହୂର୍ତ ରହିଛି । ଏହି ସମୟ ମଧ୍ୟରେ ମୋଦି ମନ୍ଦିର ନିର୍ମାଣର ଶିଳାନ୍ୟାସ କରିବେ ।

 

Leave a Reply

Your email address will not be published.