ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ପାଇଲେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ

ବାଲେଶ୍ବର: ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବରେ ନିଯୁକ୍ତି ପାଇଲେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ । ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦ୍ବାରା ସେ ନିଯୁକ୍ତି ପାଇଛନ୍ତି । ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏହି ପଦବୀରେ ରହିବେ । ପ୍ରଫେସର ତ୍ରିପାଠୀଙ୍କ ୩୦ ବର୍ଷରୁ ଅଧିକ ଶିକ୍ଷା ପ୍ରଦାନ କରିବାର ଅଭିଜ୍ଞତା ରହିଛି ।

ଏହାପୂର୍ବରୁ ପ୍ରଫେସର ତ୍ରିପାଠୀ ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟର ପର୍ସନାଲ ମ୍ୟାନେଜମେଣ୍ଟ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିଲେସନସିପର୍ ପ୍ରଫେସର ଥିଲେ ।  ସେ ୧୦ ଟି ପୁସ୍ତକ ରଚନା କରିଛନ୍ତି ଏବଂ ୧୭ ଟି ପିଏଚଡି ଏବଂ ୪୦ ଏମ.ଫିଲ ଛାତ୍ରଙ୍କୁ ସଫଳତାର ସହ ମାର୍ଗଦର୍ଶନ କରିଛନ୍ତି।

Leave a Reply

Your email address will not be published.