ବାରଙ୍ଗ ଶ୍ରମିକ ସଂଗଠନ ପ୍ରତିବାଦ ଦିବସ ପାଳିତ

ବାରଙ୍ଗ ,୪।୭(ଏନ୍ ନ୍ଯୁଜ) କେନ୍ଦ୍ରୀୟ ଶ୍ରମିକ ସଂଗଠନ ସମୂହ ଯଥା ଏଆଇୟୁଟିୟୁସି, ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଆଇଟିୟୁ, ଏଆଇସିସିଟିୟୁ ପକ୍ଷରୁ ଡାକରା ଦିଆଯାଇଥିବା ସାରା ଭାରତ ପ୍ରତିବାଦ ଦିବସ ଅବସରରେ ବାରଙ୍ଗ ବ୍ଲକ୍ ଠାରେ କାର୍ଯ୍ୟକ୍ରମ ହୋଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନସ୍ୱାର୍ଥ ବିରୋଧୀ ଓ ଶ୍ରମିକ ସ୍ୱାର୍ଥ ବିରୋଧୀ ପଦକ୍ଷେପ ଫଳରେ ଲକ୍ଷ ଲକ୍ଷ ଶ୍ରମିକ ଛଟେ ହେଉଛନ୍ତି, ହଜାର ହଜାର କଳକାରଖାନା ବନ୍ଦ ହେଉଛି, ଲକ୍ଷ ଲକ୍ଷ ସାଧାରଣ ଲୋକ ଆଜି ଦାଣ୍ଡର ଭିକାରୀ ହେବାକୁ ଯାଉଛନ୍ତି । ପ୍ରକାଶ ଥାଉକି କରୋନା ମହାମାରୀର ମୂକାବିଲା କରିବାକୁ ଯାଇ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ହେବା ଫଳରେ ଆଜି ଶ୍ରମଜୀବି ନିଜର ଜୀବିକା ହରାଇ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ଯେତେବେଳେ ସରକାର ଶ୍ରମିକ, କର୍ମଚାରୀ, ସାଧାରଣ ଲୋକଙ୍କୁ ବଞ୍ôଚବା ପାଇଁ ଜୀବିକା ଯୋଗାଇଦେବା ଆବଶ୍ୟକ ସେହି ସମୟରେ ଶ୍ରମିକ କର୍ମଚାରୀମାନଙ୍କୁ କାମରୁ ଅନ୍ତର କରୁଛନ୍ତି । ଶ୍ରମ ଆଇନ ସଂଶୋଧନ ଓ ଶ୍ରମ କୋଡ ବାତିଲ କରିବା, ଦୈନିକ କାର୍ଯ୍ୟ ସମୟ ୮ଘଣ୍ଟାରୁ ୧୨ଘଣ୍ଟାକୁ ବୃଦ୍ଧି ବାତିଲ କରିବା, ସରକାରୀ ଉଦ୍ୟୋଗର ଘରୋଇକରଣ ଓ ପୁଞ୍ଜିପ୍ରତ୍ୟାହାର ବନ୍ଦ କରିବା, ପ୍ରବାସୀ ଶ୍ରମିକଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୬ମାସ ପର୍ଯ୍ୟନ୍ତ ମାଗଣାରେ ମାସକୁ ୧୦ କି.ଗ୍ରା ଚାଉଳ/ଗହମ ଯୋଗାଇ ଦେବା, ପ୍ରବାସୀ ଶ୍ରମିକଙ୍କ ସମେତ ସମସ୍ତ ଶ୍ରମିକଙ୍କୁ ବର୍ଷକୁ ୨୦୦ଦିନ କାମ ଦୈନିକ ମଜୁରୀ ୬୦୦ଟଙ୍କା ହିସାବରେ ପ୍ରଦାନ କରିବା, ଆୟକର ଦେଉନଥିବା ପ୍ରତ୍ୟେକ ପରିବାରକୁ ମାସିକ ୭୫୦୦ ଟଙ୍କା ଲେଖାଏଁ ୬ମାସର ସହାୟତା ରାଶି ପ୍ରଦାନ କରିବା, ବିଦେଶୀ ପୁଞ୍ଜି ନିବେଶ ବନ୍ଦ କରିବା, ସର୍ବନିମ୍ନ ମଜୁରୀ ମାସିକ ୨୧୦୦୦/-ଟଙ୍କା ପ୍ରଦାନ କରିବା, କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍‌ସରସ୍‌ମାନଙ୍କର ମହଙ୍ଗା ଭତ୍ତା ପ୍ରଦାନ କ୍ଷେତ୍ରରେ ଥିବା କଟକଣା ଉଠାଇ ନେବା, ଠିକା ଚାଷୀ ଅଧ୍ୟାଦେଶ ଓ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ସଂଶୋଧନ ଅଧ୍ୟାଦେଶ ବାତିଲ କରିବା, ସ୍କିମ୍ ୱାର୍କରସ୍ ଆଶା, ଅଙ୍ଗନୱାଡି, ପାଚିକା-ସହାୟିକା, ସ୍ୱାବଲମ୍ବୀ କାରିଗରମାନଙ୍କୁ ଶ୍ରମିକର ମାନ୍ୟ

Leave a Reply

Your email address will not be published.