ନନ୍ଦନକାନନରେ ମାଣ୍ଡାରିନ୍ ବତକ ମୃତ ।

ଭୁବନେଶ୍ୱର, ୪। ୭ (ଏନ୍‌ ନ୍ଯୁଜ୍‌) ଗୁରୁବାର ନନ୍ଦନକାନନ ପ୍ରାଣୀ ଉଦ୍ୟାର ଚଲାପଥ ପକ୍ଷଶାଳା ମଧ୍ୟରେ ରହୁଥିବା ଏକ ବୟସ୍କ ମାଈ ମାଣ୍ଡାରିନ୍‌ ବତକର ମୃତ୍ୟୁ ହୋଇଥିଲା। ସେଠାରେ ଆଉ ୫ଟି ମାଣ୍ଡାରିନ୍ ବତକ ଅଛନ୍ତି। ତନ୍ମଧ୍ଯରେ ୨ଟି ମାଈ ଗୋଟିଏ ପୁରୁଷ ଓ ଛୁଆ ୨ଟି ଅଛନ୍ତି।
ଏହି ପ୍ରଜାତୀର ମଧ୍ୟମକାୟ ଆକର୍ଷଣୀୟ ରଙ୍ଗୀନ୍ ବତକ ଜାପାନ ଓ ଚିନ୍ ଦେଶର ଜଳାଶୟ ମାନଙ୍କରେ ଦେଖା ଯାଆନ୍ତି। ଜଳାଶୟରେ ବସାବାନ୍ଧି ସେଥିରେ ଅଣ୍ଡାଦାନ କରି ସେଥିରୁ ଫୁଟାଇ ଛୁଆ ବାହାର କରନ୍ତି। ଅଣ୍ଡା ଓ ଛୁଆର ଦାୟୀତ୍ଵ ମା’ ବହନ କରିଥାଏ।

Leave a Reply

Your email address will not be published.