ରାଜ୍ୟସଭା ସାଂସଦ ଅମର ସିଂହଙ୍କ ପରଲୋକ , ୬୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ଭୁବନେଶ୍ୱର,(ନାଗରାଜ ନ୍ୟୁଜ ):୧/୦୮/୨୦୨୦

ରାଜ୍ୟସଭା ସାଂସଦ ଅମର ସିଂହଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ୬ ମାସ ହେବ କିଡ୍‌ନୀ ରୋଗରେ ପୀଡିତ ହୋଇ ସିଂଗାପୁରର ଏକ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ । ସେଠାରେ ତାଙ୍କର କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ଆଜି ସିଙ୍ଗାପୁରର ଉକ୍ତ ଚିକିତ୍ସାଳୟରେ ଶେଷ ନିଶ୍ୱାଃସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ସେ ତାଙ୍କର ପତ୍ନୀ ପଙ୍କଜାଙ୍କ ସହ ଜାଆଁଳା ଝିଅଙ୍କୁ ଛାଡି ଚାଲିଯାଇଛନ୍ତି । ୨୦୧୩ରେ ତାଙ୍କର କିଡ୍‌ନୀ ଖରାପ ହେବାରୁ ସେ ରାଜନୈତିକ କାର୍ଯ୍ୟକଳାପରୁ ଦୂରେଇ ଯାଇଥିଲେ ମଧ୍ୟ ୨୦୧୬ରେ ପୁଣି ଥରେ ଫେରିଥିଲେ । ସେ ସମାଜବାଦୀ ପାର୍ଟିରୁ ରାଜ୍ୟ ସଭାକୁ ମନୋନୀତ ହୋଇଥିଲେ । ୨୦୧୦ ମସିହା ପର୍ଯ୍ୟନ୍ତ ସେ ପାର୍ଟିର ଜେନେରାଲ ସେକ୍ରେଟାରୀ ପଦବୀରେ ରହିଥିଲେ । ପରେ ପାର୍ଟିର ସୁପ୍ରିମୋ ମୁଲାୟମ୍‌ ସିଂହ ଯାଦବ ତାଙ୍କୁ ନିଲମ୍ବିତ କରିଥିଲେ । ପରେ ପୁଣି ତାଙ୍କୁ ପାର୍ଟିକୁ ଫେରାଇ ଆଣିଥିଲେ ।

ଅମର ସିଂହଙ୍କ ଅସୁସ୍ଥତା ସତ୍ତ୍ୱେ ମଧ୍ୟ ସେ ସକ୍ରିୟ ରାଜନୀତିରେ ରହିଥିଲେ । ଆଜି ମୃତ୍ୟୁ ପୂର୍ବରୁ ମଧ୍ୟ ସେ ତାଙ୍କର ଅନୁଗତଙ୍କୁ ଇଦ୍‌ ମୁବାରକ ଜ୍ଞାପନ କରିଥିଲେ । ଗତ ମାର୍ଚ୍ଚ ମାସରେ ଅମର ସିଂହ ଙ୍କ ମୃତ୍ୟୁ ନେଇ ଏକ ମିଛ ଟ୍ଵିଟ ହୋଇଥିଲା । ଏହାର ଉତ୍ତରରେ ଅମର ସିଂହ ମଧ୍ୟ ରିଟ୍ଵିଟ୍‌ କରି ଲେଖିଥିଲେ ‘ଟାଇଗର ଜିନ୍ଦା ହେ’ । ଅମର ସିଂହଙ୍କର ରାଜନୈତିକ ସହ ଫିଲ୍ମ ଜଗତ ସହ ମଧ୍ୟ ସମ୍ପର୍କ ରହିଥିଲା । ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଓ ଅମ୍ବାନୀ ପରିବାରଙ୍କ ସହ ଅତି ଘନିଷ୍ଟତା ଥିଲା । ଗତ ଦେଢ଼ ମାସ ଧରି ସେ ସିଙ୍ଗାପୁରର ଏକ ହସ୍‌ପିଟାଲର ଆଇସିୟୁରେ ଥିଲେ ।

Leave a Reply

Your email address will not be published.