କିଷାନ କ୍ଷେତ ମଜଦୁର ସଂଗଠନ ବାରଙ୍ଗ ଶାଖାର ବ୍ଲକ ସମ୍ମୁଖରେ ସଂହତି ଦିବସ ପାଳନ

କଟକ:ଅଲଇଣ୍ଡିଆ କ୍ଷେତ ମଜଦୁର ସଂଗଠନ ତରଫରୁ କେନ୍ଦ୍ର ସରକାରଙ୍କ କୃଷି ଆଇନ୍ କଳା ଆଇନ ବିହିତ କରି ପ୍ରତ୍ୟାହାର ଦାବିରେ ଦିଆଯାଇଥିବା ଦେଶବ୍ୟାପି ସଂହତି ଦିବସ ପାଳନ ଡାକରାରେ  ବାରଙ୍ଗ ବ୍ଲକ ସମ୍ମୁଖରେ ଅଲ ଇଣ୍ଡିଆ କ୍ଷେତ ମଜଦୁର ସଂଗଠନ କଟକର ଆଞ୍ଚଳିକ ସଂଗଠନ  ସଂହତି ଦିବସ ପାଳିନ କରିଛି।  ସଂହତି ଦିବସ ପାଳରେ ଅଲ ଇଣ୍ଡିଆ କିଷାନ ମଜଦୁର ସଂଗଠନର କଟକ ଜିଳ୍ଲା ଇନଚାର୍ଜ ବସନ୍ତ ନାୟକ,ଏସୟୁସିଆଇ(ସ) ବାରଙ୍ଗ ସମ୍ପାଦକ ଶିଦ୍ଧାର୍ଥ ରଥ,ନାରୀ ନେତ୍ରୀ ଟକା ସାମଲ,ଏଆକେକେଏମଏସ ର ବାରଙ୍ଗ ସଂଗଠକ ଅଶୋକ ବେହେରା,କେଳୁ ଦାସ,ବସନ୍ତ ବିଶୋଇ,ଅଭିରାମ ବେହେରା,ରିନା ବିଶୋଇ,ସୁଶାନ୍ତ ବି‌ଶୋଇ,ଛାତ୍ର ନେତା ଭାଗ୍ୟଶ୍ରୀ ପ୍ରଧାନ,ରାଜେଶ ରାଉତ ପ୍ରମୂଖ ସାମିଲ ହୋଇ କେନ୍ଦ୍ର ସରକାରଙ୍କ କୃଷକ ବିଲର ସମାଲୋଚନା କରିଥିଲେ। ଏହା କୃଷ ମାରଣ ବିଲ ବୋଲି କହିବା ସହ ଏହାକୁ ପୁଞ୍ଜିପତିଙ୍କୁ ଲାଭବାନ କରାଇବା ଉଦ୍ଦେଶ୍ୟରେ ଅଣାଯାଇଥିବା କହି ସମାଲୋଚନା କରିଛିଲେ। କେନ୍ଦ୍ର ସରକରଙ୍କର ଏହି କଳା କୃଷି ବିଲ୍କୁ ପ୍ରତ୍ୟ‌ାହାର କରିବା ଲଗି   ହଜାର ହଜାର ସଂଖ୍ୟକ ଚାଷି ଦିଲ୍ଲୀ ଚଲୋ ଡାକରା ଦେଇ ଦିଲ୍ଲୀ ଅଭିମୂଖେ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ବାଟରେ ଅଟକାଇଥିଲା। ପ୍ରବଳ ଶୀତ ବେଳରେ ଚାଷିମାନଙ୍କ ଉପରକୁ ୱାଟର କେନନ ମାଡ କରିଛି,ଅମାନୁଷିକ ଭାବେ ଆନ୍ଦୋଳନରତ ଚାଷିଙ୍କୁ ପିଟିଛି,ଲୁହ ବୁହା ବାଷ୍ପ ମଧ୍ୟ ପ୍ରୟୋଗ କରିଛି। ସବୁ ନିର୍ଜାତନା ସତ୍ତ୍ବେ  ସଂଗ୍ରାମି ଲଢୁଆ ଚାଷିମାନ‌େ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଅବ୍ୟାହତ ରଖିଛନ୍ତି। ଏହି ପ୍ରତିବାଦକୁ ସବୁ ସ୍ତରର ଜନସାଧାରଣ ସମର୍ଥନ କରୁଛନ୍ତି। ସର୍ବଶେଷରେ କେନ୍ଦ୍ର ସରକାର ତୁରନ୍ତ ସମସ୍ତ ଚାଷି ବିରୋଧି କଳା ଆଇନ୍ ପ୍ରତ୍ୟାହାର କରିବା ଦାବିରେ ଏକ ସସ୍ମାରକ ପତ୍ର ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି।

Leave a Reply

Your email address will not be published.