ପୁନଃବାସ ଓ ପ୍ରଶିକ୍ଷଣ ସଂସ୍ଥାର ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ


ବାରଙ୍ଗ : ଓଲଟପୁର ସ୍ଥିତ । ପୁନଃବାସ ଓ ପ୍ରଶିକ୍ଷଣ ସଂସ୍ଥା ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏ toହି ଅବସରରେ ସମ୍ମିଳନୀ କକ୍ଷପରିସରରେ ସଂସ୍ଥାନର ନିର୍ଦେଶକ ଡ଼. ଶକ୍ତିପ୍ରସାଦ ଦାସ,ଉପନିର୍ଦେଶକ ଡ଼. କିଶୋର ଚନ୍ଦ୍ର ମହାପାତ୍ର, ପ୍ରଶାସନିକ ଉପନିର୍ଦେଶକ ରଶ୍ମିରଞ୍ଜନ ସେଠି, କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ବି. ସୁରିବାବୁ,(FGM)ଇଣ୍ଡିଆନ ବ୍ୟାଙ୍କ,ମନୋରଞ୍ଜନ ଦାସ,(DGM) ସନ୍ଦୀପ କୁମାସର ଘୋଷାଲ,(ZM),ଲଷ୍ମୀଧର ନାୟକ (AGM),ଏବଂ ପି କେ ପ୍ରଧାନ ଓ ସମସ୍ତ ସହଯୋଗୀ ମାନଙ୍କୁ ସ୍ୱାଗତ କରାଯାଇଥିଲା। ଅନୁଷ୍ଠାନର ନିର୍ଦେଶକ ଏବଂ ଅତିଥି ମାନଙ୍କ ଦ୍ୱାରା ରୋଗୀମାନଙ୍କୁ ଫଳ ବଣ୍ଟନ କରାଯିବା ସହ ଇଣ୍ଡିଆନ ବ୍ୟାଙ୍କ କାର୍ଯ୍ୟ କରତାଙ୍କ ଦ୍ୱାରା କମ୍ବଳ ବଣ୍ଟନ କରାଯାଇଥିଲା।


କରୋନା ପରିସ୍ଥିତି ହେତୁ ଭିନ୍ନକ୍ଷମ ଦିବସକୁ ଭର୍ଚୁଆଲ ମୋଡ଼ ରେ ଅତିଥି ବୃନ୍ଦ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକ ପାଟ କରିବା ସହ ସସଂସ୍ଥାନର କାର୍ଯ୍ୟ ପ୍ରଣାଳୀ ଯାହା ଭିନ୍ନକ୍ଷମ ଭାଇ ଭଉଣୀଙ୍କ ନିମିତ୍ତ ଉତ୍ସର୍ଗୀକୃତ ସେବା ଉପରେ ଆଲୋକ ପାଟ କରିଥିଲେ।ଶେଷରେ ସାଂସ୍କୃତିକ କମିଟିର ଆବାହକ
ଇଂ ସତ୍ୟଜିତ
ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମକୁ ପ୍ରିୟଦଶିନୀ ମୋନାଲିସା ଦାସ,ଡ଼ ନରେନ୍ଦ୍ର ବେହେରା,ରଶ୍ମିରଞ୍ଜନ ସ୍ୱାଇଁ ପରିଚାଳନା କରିଥିଲେ।

 

Leave a Reply

Your email address will not be published.