ଆଜିଠାରୁ ଫୁଡ୍ ଡେଲିଭରି ଦେଉଥିବା ଏଜେଣ୍ଟଙ୍କ ପାଇଁ ଟିକାକରଣର ସ୍ବତନ୍ତ୍ର ବ୍ୟବସ୍ଥା

ଭୂବନେଶ୍ବର: ରାଜ୍ୟରେ କରୋନା ମହାମାରୀର ପ୍ରଭାବ କିଛି ମାତ୍ରାରେ ହ୍ରାସ ପାଇଥିବା ବେଳେ କରୋନାକୁ ମାତ ଦେବା ପାଇଁ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଯାହାଫଳରେ ରାଜଧାନୀରେ ବିଭିନ୍ନ ପର୍ଯ୍ୟାୟରେ ଟିକାକରଣ କରାଯାଉଛି । ଏହାରି ଭିତରେ ରାଜଧାନୀରେ ଅନଲାଇନରେ ଖାଦ୍ୟ ଦେଉଥିବା ଏଜେଣ୍ଟଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା କରାଯାଇଛି।

ସ୍ୱିଗି ଓ ଜୋମାଟୋ ଏଜେଣ୍ଟଙ୍କୁ ଟିକା ଆଜି ଦିଆଯାଉଛି । ଏଥିପାଇଁ ଗଜପତି ନଗରରେ ଥିବା ସପ୍ତମ ବାଟାଲିୟନ୍ ହାଇସ୍କୁଲ ପରିସରରେ ସ୍ୱତନ୍ତ୍ର ସେଣ୍ଟର କରାଯାଇଛି । ଅନଲାଇନ୍ ଫୁଡ୍ ଡେଲିଭରି ଦେଉଥିବା ସ୍ୱିଗି ଓ ଜୋମାଟୋ ଏଜେଣ୍ଟ ନେଉଛନ୍ତି ଟିକା ।

ପରିଚୟପତ୍ର ଦେଖାଇ ଟିକା ନେଉଛନ୍ତି ।ହୋମ୍ ଡେଲିଭରିକୁ ସୁରକ୍ଷିତ କରିବା ପାଇଁ ଏଭଳି ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ । ସେହିପରି ଓଡ଼ିଶା ରେଷ୍ଟୁରାଣ୍ଟ ଆସୋସିଏସନ୍ କର୍ମଚାରୀଙ୍କ ପାଇଁ ନୟାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଟିକାକରଣ ସେଣ୍ଟର କରାଯାଇଛି ।

Leave a Reply

Your email address will not be published.