ଶ୍ରୀମନ୍ଦିର ଖୋଲିବା ଦାବିରେ ସେବାୟତଙ୍କ ଧାରଣା

ପୁରି: ବିଶ୍ୱପ୍ରସିଦ୍ଧ ପୁରି ଶ୍ରୀମନ୍ଦିର ଖୋଲିବା ଦାବିରେ ସିଂହଦ୍ୱାର ସମ୍ମୁଖରେ ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ତଥା ବରିଷ୍ଠ ସେବାୟତ ଦାମୋଦର ମହାସୁଆର ସହଯୋଗୀମାନଙ୍କ ସହ ସଂହଦ୍ବାର ସମୂଖରେ ଧାରଣାରେ ବସିଛନ୍ତି।

ସେ କହିଛନ୍ତି ଯେ କେନ୍ଦ୍ର ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେବା ପରେ  ଦେଶର ବିଭିନ୍ନ ମନ୍ଦିର ଖୋଲିସାରିଲାଣି। ରାଜ୍ୟ ସରକାର କାହିଁକି ମନ୍ଦିର ଖୋଲିବାକୁ ଅନୁମତି ଦେଉନାହାନ୍ତି ବୋଲି ଦାମୋଦର ମହାସୁଆର ପ୍ରଶ୍ନ କରିଛନ୍ତି। ତା’ଛଡ଼ା କରୋନା ସଂକ୍ରମଣ ସମୟରେ ସେବାୟତମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ହେତୁ ମନ୍ଦିର ଖୋଲାଯିବା ଆବଶ୍ୟକ। ପୁଣି ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ଦାବି ନେଇ ସ୍ବର ଉଠାଇଛି ଓଡ଼ିଶା ମନ୍ଦିର ସେବାୟତ ସଂଘ। ବାରମ୍ବାର ସରକାରଙ୍କୁ ନିବେଦନ କରିବା ସହ ଓ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବା ପରେ ମଧ୍ୟ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତିକୁ ଝୁଲାଇ ରଖିଛନ୍ତି। ଏହା ଦ୍ବାରା ସେବାୟତମାନେ ଦୁର୍ଦ୍ଦିନରେ ସମୟ ବିତାଉଛନ୍ତି ମନ୍ଦିର ସେବାତ ସଂଘ କହିଛି।

ତେଣୁ ଆସନ୍ତା ୭ ତାରିଖରେ ରାଜ୍ୟ ବ୍ୟାପି ଘଣ୍ଟ ବାଡେଇ ପ୍ରତିବାଦ କରିବାକୁ ଘୋଷରା କରିଛି ସଂଘ। ରାଜ୍ୟର ଲକ୍ଷାଧିକ ମନ୍ଦିର ସମ୍ମୁଖରେ ସେବାୟତମାନେ ସକାଳ ୯ଟାରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିବେ ଓ  ସେବାୟତଙ୍କ ପରିବାର ସଦସ୍ୟମାନେ ସେମାନଙ୍କ ଘର ସମ୍ମୁଖରେ ଘଣ୍ଟ ବାଡ଼େଇ ଏହାର ପ୍ରତିବାଦ କରିବେ ବୋଲି ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ସଂଘ ପକ୍ଷରୁ କୁହାଯାଇଛି ଯେ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମତେ ଜୁନ୍ ୮ ତାରିଖରୁ ସାରା ଦେଶରେ ଧର୍ମାନୁଷ୍ଠାନ ଖୋଲାଯାଇଥିଲେ ହେଁ ରାଜ୍ୟ ସରକାର  ଏପର୍ଯ୍ୟନ୍ତ ମନ୍ଦିର ଓ ଧର୍ମାନୁଷ୍ଠାନକୁ ଖୋଲିବାକୁ ନିର୍ଦ୍ଦେଶ ଦେଇ ନାହାଁନ୍ତି। ଏନେଇ ସଂଘ ପକ୍ଷରୁ ସଦସ୍ୟମାନେ ଉଚ୍ଚ ନ୍ୟାୟାଳୟକୁ ଯାଇଥିଲେ । କଟକଣା ମଧ୍ୟରେ ମନ୍ଦିର ଖୋଲିବାକୁ ନ୍ୟାୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା । ଅଗଷ୍ଟ ୧୨ ତାରିଖରେ ସଂଘର କର୍ମକର୍ତା ଦେବୋତ୍ତର ଆୟୁକ୍ତଙ୍କୁ ବି ସାକ୍ଷାତ କରିଥିଲେ। ଅଗଷ୍ଟ ୨୮ରେ ଆଇନମନ୍ତ୍ରୀ ଓ ଦେବୋତ୍ତର ଆୟୁକ୍ତଙ୍କୁ ମଧ୍ୟ ସାକ୍ଷାତ କରି ୮ ଦଫା ଦାବି ପତ୍ର ପ୍ରଦାନ କରି ମନ୍ଦିର ଖୋଲିବାକୁ ନିବେଦନ କରାଯାଇଛି। ଅଥଚ  ସରକାର ଏଯାବତ୍ ମନ୍ଦିର ଖୋଲିବାକୁ ଅନୁମତି ଦେଲେ ନାହିଁ । ମନ୍ଦିରରୁ ମିଳୁଥିବା ଦାନ ଦକ୍ଷୀଣାରେ ଘର ଚଳୁଥିବା  ସୋୟତମାନଙ୍କ ପରିବାର ଦୁଦ୍ଦିନ ଭିତରେ କାଳାତିପାତ କରୁଛନ୍ତି।  ଯଥା ଶିଘ୍ର ସକାର ମନ୍ଦିର ଓ ଧର୍ମାନୁଷ୍ଠା ଖୋଲିବାକୁ ନିଷ୍ପତି ନେବା ଲାଗି ସଂଘ ପକ୍ଷରୁ ନିବେଦନ କରାଯାଇଛି।

Leave a Reply

Your email address will not be published.