ଚୋରା କାଠ ସହ ଗାଡି ଜବତ ଦୁଇ ଗିରଫ

ମୁନିଗୁଡା : ବନ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଶରଧାପୁର ନିକଟରେ ଏକ ଚୋରା ପିକଅପ ଗାଡିକୁ ଜବତ କରିଛି । ସେଥିରୁ ୨୫ ଖଣ୍ଡ ଭିଜା କାଠ ସହିତ ଦୁଇ ଜଣଙ୍କୁ ଗିରଫ କରିଛି । ଆଜି କୋର୍ଟ ଚାଲାଣ କରାଯିବ ବୋଲି ମୁନିଗୁଡା ବନ ବିଭାଗ ସୂଚନା ଦେଇଛି । ଜବତ ଚୋରା କାଠର ମୂଲ୍ୟ ପ୍ରାୟ ୨୫ ହଜାର ଟଙ୍କା ହେବ ବୋଲି ଜଣାଇଛନ୍ତି ଗିରଫ ଦୁଇ ଅଭିଯୁକ୍ତ ହେଲେ ପିଙ୍କୁ କୁସୁଲିଆ ଏବଂ କାପୁର କୁସୁଲିଆ ।

Leave a Reply

Your email address will not be published.