ପ୍ରକାଶ ପାଇବ ଯୁକ୍ତ ତିନି ପ୍ରଥମ ପର୍ୟ୍ୟାୟ ମେଧା ତାଲିକା, କଟ ଅଫ ମାର୍କ ଉପରେ ଛାତ୍ରଛାଛ୍ରୀଙ୍କ ନଜର

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): କରୋନା ମହାମାରୀ ହେତୁ ପ୍ରାୟ ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଥିଲା । ପୂର୍ବ ନମ୍ବର ଆଧାରରେ ମୂଲ୍ୟାୟାନ କରାଯାଇଥିଲା । ଏହାସହିତ ଆଜି ପ୍ରକାଶ ପାଉଛି ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । ବିନା ପରୀକ୍ଷାରେ ମାର୍କ ମିଳିଥିବାରୁ ଏବେ କେଉଁ କଲେଜରେ କେତେ କଟ ଅଫ ମାର୍କ ରହିବ ସେନେଇ ଛାତ୍ରଛାତ୍ରୀଙ୍କ ନଜର ରହିଛି ।

ସୂଚନା ଅନୁସାରେ କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ବିନା ପରୀକ୍ଷାରେ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇଥଲା ତେଣୁ +୩ ଆଡ଼ମିଶନ ପାଇଁ ଅଗଷ୍ଟ ୨୦ରୁ ଆବେଦନ ହୋଇ ଚଳିତ ୪ ତାରିଖରେ ଶେଷ ହୋଇଥିଲା ଏହି ପର୍ଯ୍ୟାୟ । ତେବେ ପ୍ରଥମ ପର୍ଯ୍ୟାୟର ନାମଲେଖା ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । କରୋନା କଟକଣା ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କ ବଦଳରେ ଅଭିଭାବକମାନେ କଲେଜକୁ ଆସି ନାମ ଲେଖାଇ ପାରିବେ ।

 

Leave a Reply

Your email address will not be published.