ଆଦିବାସୀ ମାନଙ୍କ ପ୍ରତି ପୋଲିସ ପ୍ରଶାସନର ନିଷ୍କ୍ରିୟତା ବିରୋଦ୍ଧରେ ଖଡ଼ିଆଳ ଥାନା ଘେରାଉ


ନୂଆପଡ଼ା, (ନାଗରାଜ ନ୍ଯୁଜ): ନୂଆପଡା ଜିଲ୍ଲାରେ ଆଦିବାସୀ ମାନଙ୍କ ପ୍ରତି ପୋଲିସ ପ୍ରଶାସନର ନିଷ୍କ୍ରିୟତା ବିରୋଦ୍ଧରେ ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଏକଜୁଟ ହୋଇ ଖଡ଼ିଆଳ ଥାନା ଘେରାଉ କରାଯାଇଥିଲା । ପ୍ରଥମେ ଜିଲ୍ଲାର ପାଞ୍ଚ ଗୋଟି ବ୍ଲକ ଖଡ଼ିଆଳ, ସିନାପାଲି, ବୋଡେନ, କୋମନା ଓ ସଦର ବ୍ଲକ ନୂଆପଡ଼ାର ହଜାର ହଜାର ଆଦିବାସୀ ମହିଳା ଓ ପୁରୁଷ ସାମିଲ ଥିଲେ ।

ପ୍ରଥମେ ଖଡ଼ିଆଳ ସ୍ଥିତ ଥାନୁରାଣୀ ମନ୍ଦିର ଠାରୁ ପାରମ୍ପରିକ ଆଦିବାସୀ ବେଶଭୂଷାରେ ବାହାରି ଏକ ଶୋଭାଯାତ୍ରାରେ ଖଡ଼ିଆଳ ନଗର ପରିକ୍ରମା ପରେ ଥାନା ପାଖରେ ପହଞ୍ଚି ଥାନା ଭିତରକୁ ଧସେଇ ପସିବାକୁ ଚେଷ୍ଟା କରିଥିଲେ । ପରେ ସମସ୍ତ ଆଦିବାସୀ ଖଡ଼ିଆଳ ଥାନା ସାମ୍ନାରେ ବିକ୍ଷୋଭ ପଦର୍ଶନ କରିବା ସହିତ ପୋଲିସ ବିରୋଧରେ ବିଭିନ୍ନ ନାରା ଦେଇଥିଲେ ।

ଆଦିବାସୀ ମାନଙ୍କ ଦାବୀ ହେଲା ଜିଲ୍ଲାର ବିଭିନ୍ନ ଥାନାରେ ଧନଞ୍ଜୟ ଶବର, ଗୌରୀଶଙ୍କର ମାଝୀ, ଚନ୍ଦ୍ର ଶେଖର ଶବର ଏବଂ ଉଦୟ ମାଝିଙ୍କ ଅଭିଯୋଗକୁ ପୋଲିସ ନ ଶୁଣିବା, ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରୁ ନଥିବା ପ୍ରଭୃତି ଚାରି ଦଫା ଦାବି ନୂଆପଡ଼ା ଅତିରିକ୍ତ ଏସପି ସୁନୀଲ କୁମାର ଆଚାର୍ଯ୍ୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଚାରି ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।

ଆଜିର ବିକ୍ଷୋଭ ଓ ଥାନା ଘେରାଉ ସମୟରେ ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଭାନୁପ୍ରତାପ ସିଂ ମାଝୀ, ସମ୍ପାଦକ ବାଳକୃଷ୍ଣ ଶବର, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଙ୍ଘର ମହା ସଚିବ ନିରଂଜନ ବିଶି, ପ୍ରସନ୍ନ ମାଝି, ଜୟରାମ ଶବର, ସୋମନାଥ ଖମାରୀ, ଶରତ ଚନ୍ଦ୍ର ସିଂଭୋଇ‌ ଓ ଚିତ୍ତରଞ୍ଜନ ବନଗୁଳା ପ୍ରମୁଖଙ୍କ ସମେତ ଏକ ହଜାରରୁ ଉର୍ଦ୍ଧ ଆଦିବାସୀ ମହିଳା ଓ ପୁରୁଷ ସାମିଲ ଥିଲେ ।

Leave a Reply

Your email address will not be published.