ଆଜିଠୁ +୨ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୂବନେଶ୍ବର: ଆଜିଠୁ +୨ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହେଉଛି । ମାଟ୍ରିକରେ ବିକଳ୍ପ ମୂଲ୍ୟାୟନ ଯୋଗୁ ରାଜ୍ୟରେ ଚଳିତବର୍ଷ ଅଧିକ ପିଲା ପାସ କରିଛନ୍ତି । ସେଥିଯୋଗୁ ଚଳିତବର୍ଷ ଯୁକ୍ତ ଦୁଇରେ ମୋଟ୍ ୫୪ହଜାର ୯୦୦ ସିଟ୍‌ ବୃଦ୍ଧି କରାଯାଇଛି । ୭୨ ହଜାର ସିଟ ବୃଦ୍ଧି ପାଇଁ ଆବେଦନ ହୋଇଥିଲା । କଳାରେ ସିଟ ବୃଦ୍ଧି ପାଇଁ ୪୦ ହଜାର ଆବେଦନ ଆସିଥିଲା । ୩୮ହଜାର ସିଟ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି ।

ଛାତ୍ରଛାତ୍ରୀ SAMS ପୋର୍ଟାଲରେ ନାମଲେଖା ପାଇଁ ଆବେଦନ କରିପାରିବେ । ଏହାକୁ ଦୃଷ୍ଟିରେ ରଖି ସରକାର ଯୁକ୍ତ ଦୁଇ କଲେଜରେ ସିଟ୍ ସଂଖ୍ୟା ବୃଦ୍ଧି କରିଛନ୍ତି । ସେହିଭଳି ବିଜ୍ଞାନରେ ୨୫ ହଜାର ଆବେଦନରୁ ୧୩ ହଜାର ସିଟ୍‌ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି । ବାଣିଜ୍ୟରେ ୪ ହଜାର ସିଟ୍ ବୃଦ୍ଧି ଆବେଦନ ଆସିଥିଲା । ସେଥିରୁ ୩ହଜାର ୯୦୦ ସିଟ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି ।କରୋନା ଯୋଗୁ ଆଡମିସନ ଫି ବୃଦ୍ଧି ହେବ ନାହିଁ ।

Leave a Reply

Your email address will not be published.