କଟକରେ ତୀବ୍ର ହେଉଛି ମଦ ବିରୋଧୀ ଆନ୍ଦୋଳନ

କଟକ, (ଭରତ ମହାରଣା): କଟକରେ ତୀବ୍ର ହେଉଛି ମଦ ବିରୋଧୀ ଆନ୍ଦୋଳନ । ପ୍ରଥମ ବିଭିନ୍ନ ଦଳର ନାରାବାଜୀ ପରେ ଏବେ ତାତିଛନ୍ତି କଟକିଆ । ରାଜାବଗିଚା ଲେବର କଲୋନୀରେ ଥିବା ବିଦେଶୀ ମଦକୁ ଉଠେଇବା ପାଇଁ ଜୋର ଧରିଛି ସ୍ଥାନୀୟ ବାସିନ୍ଦାଙ୍କ ସ୍ବର । ବର୍ତ୍ତମାନ ସମୟରେ ଯୁବବର୍ଗଙ୍କୁ ବିପଥଗାମୀ କରୁଛି ଏହି ମଦ । ତେବେ ଏହି ଆନ୍ଦୋଳନ ଆଜିଠୁ ଆରମ୍ଭ ହୋଇଛି ।

ଯଦି ସରକାର ଏହି ଦିଗରେ କିଛି ପଦକ୍ଷେପ ନନେଲେ ତେବେ ଆଗମୀ ଦିନରେ କଟକରେ ଉଗ୍ର ରୂପ ନେବ ମଦ ବିରୋଧୀ ଆନ୍ଦୋଳନ । ଜିଲ୍ଲାର ସ୍କୁଲ, କଲେଜ, ମନ୍ଦିର, ମସଜିଦ ସାମ୍ନାରେ ଖୁଲମଖୋଲା ଭାବେ ମଦ ଦୋକାନ ଖୋଲାଯାଇ ବ୍ୟବସାୟ କରାଯାଉଛି । ମଦ ବ୍ୟବସାୟ ଉପରେ ରୋକ ଲଗାଇବା ପାଇଁ ଗତ କିଛି ଦିନ ତଳେ ରାଜ୍ୟ ଅବକାରୀ ନିର୍ଦ୍ଦେଶାଳୟ ସମ୍ମୁଖରେ ଆନ୍ଦୋଳନ କରିଥିଲା କଂଗ୍ରେସ ଦଳ ।

ଏଥିପାଇଁ ଆଜିର ଯୁବଗୋଷ୍ଠୀ ତଳିତଳାନ୍ତ ହେଉଛନ୍ତି ବୋଲି ଅଭିଯୋଗ କରିଥିଲା କଂଗ୍ରେସ । ସେହିପରି ଯଦି ଆଗାମୀ ଦିନରେ କଟକରେ ମାତ୍ରାଧିକ ମଦ ଦୋକାନ ଖୋଲିବା ନେଇ ଅବକାରୀ କମିଶନର ନିର୍ଦ୍ଦେଶ ଦିଅନ୍ତି, ତେବେ କଂଗ୍ରେସ ଏହାର ଉଚିତ ଜବାବ ଦେବ ବୋଲି ଚେତାବନୀ ଦେଇଥିଲା ।

Leave a Reply

Your email address will not be published.