ନରାଜ ମାର୍ଥାପୁର ଷ୍ଟେସନ ରେଳ ଫାଟକ ନିକଟ ଧାରଣାରୁ ଶବ ଉଦ୍ଧାର

କଟକ: ନରାଜ ମାର୍ଥାପୁର ରେଳ ଷ୍ଟେସନର ଗୋଡିସାହି ଗ୍ରମା ଆଡକୁ ଥିବା ଫାଟକ ମଝି ଧାରଣାରୁ ଏକ ଗଣ୍ଡି ମୁଣ୍ଡ ଅଲଗା ଶବ ଉଦ୍ଧାର କରିଛି ବାରଙ୍ଗ ଜିଆରପି ଫାଣ୍ଡି ପୁଲିସ। ଶବଟି ବାଙ୍କୀ ଅଞ୍ଚଳ କୁଶପଙ୍ଗୀ ଗ୍ରମାର ସୁଶାନ୍ତ ସ୍ବାଇଁ(୪୦)ଙ୍କର। ସେ ସକାଳେ ରେଳ ଫାଟକ ଫାଟକରେ ଗଳି ଯିବାକୁ ଉଦ୍ୟମ କଲା ବେଳେ ବାରଙ୍ଗ ପଟରୁ ଆସୁଥିବା ଏକ ମାଲଗାଡି ଧକ୍କା ଦେଇଥିଲା। ବାରଙ୍ଗ ଜିଆରପି ଫାଣ୍ଡି ପୁଲିସ ଶବଟିକୁ ଉଦ୍ଧାର କରି କଟକ ବଡ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ କେସ୍ ନମ୍ବର ୩୪/୨୦୨୦ରେ ଏକ ମକଦ୍ଧମା ରୁଜ୍ କରିଛି।

Leave a Reply

Your email address will not be published.