ବ୍ରାଜିଲ୍‌ ରାଷ୍ଟ୍ରପତି ବୋଲ୍‌ସୋନାରୋ କରୋନା ଟିକା ନେବେ ନାହିଁ

ନୂଆଦିଲ୍ଲୀ: ବ୍ରାଜିଲ୍‌ର ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋ  କରୋନାଭାଇରସ୍‌ ଟିକା ନ ନେବା ପଇଁ ସ୍ପଷ୍ଟୋକ୍ତି ରଖିଛନ୍ତି। ସେ ବହୁବାର  କରୋନାଭାଇରସ୍‌ ଟିକାକରଣ କାର୍ଯ୍ୟକ୍ରମ ପ୍ରତି ସନ୍ଦିହାନ ଥିବା କଥା କହିଛନ୍ତି। ।

ରାଷ୍ଟ୍ରପତି ବୋଲ୍‌ସୋନାରୋ କରୋନା ଗତ ଜୁଲାଇ ମାସରେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ। ସେ କରୋନା  ମହାମାରୀର ମାରାତ୍ମକତା ପ୍ରତି ଗୁରତ୍ୱ ଦେଉନ ନଥିବା ତାଙ୍କର ଏ ଉକ୍ତି ସ୍ପଷ୍ଟ କରୁଛି। ତେବେ ସେ ଗଣମାଧ୍ୟମର ସିଧା ପ୍ରାସାରଣରେ ବ୍ରାଜିଲୀୟମାନେ ଟିକା ନେବା ଅବଶ୍ୟକ ବୋଲି କଂଗ୍ରେସ ବିବେଚନା କରୁ ନଥିବା କହିଛନ୍ତି।

କୋଭିଡ୍‌-୧୯ ଜନିତ ମୃତ୍ୟୁ ଘଟଣାରେ ବିଶ୍ବର ପ୍ରଥମ ସ୍ଥନରେ ରହିଥିବା  ଯୁକ୍ତରାଷ୍ଟ୍ର ଆମେରିକା ପଛକୁ ଦ୍ବିତୀୟ ସ୍ଥାନରେ ରହିଥିବା ବ୍ରାଜିଲ। ଏପରି ସ୍ଥଳେ ବ୍ରାଜିଲର ରାଷ୍ଟ୍ରପିତିଙ୍କ ଏଭଳି ଉକ୍ତିରୁ ମହାମାରି ପ୍ରତି ଗୁରୁତ୍ବ ନଥିବା ଭଳି ମନେହେଉଛି।

 

Leave a Reply

Your email address will not be published.