ବୋଲବମ୍ ଉପରେ ଲାଗିଲା କଟକଣା, ଏଥର ମଧ୍ୟ କାଉଡିଆ ଯାତ୍ରା ବନ୍ଦ

ଭୁବନେଶ୍ୱର: ବୋଲ୍‌ ବମ୍‌ ହର ହର ବମ୍‌ ଗତବର୍ଷ ଭଳି ଚଳିତ ବର୍ଷ ଏହା କାଉଡିଆଙ୍କ ଠାରୁ ଶୁଣିବାକୁ ମିଳିବନି । କାନ୍ଧରେ ପାଣିଭାର ନେଇ ଭୋଲା ବାବା ପାର କରେଗା, ଶଙ୍କରା ବାବା ପାର କରେଗା ପ୍ରଭୂଙ୍କ ନାମ ଉଚ୍ଚାରଣ କରୁଥିବା କାଉଡିଆଙ୍କୁ ଚଳିତ ବର୍ଷ ଦେଖିବାକୁ ମିଳିବନି । କରୋନା ମହାମାରୀ ହେତୁ ଗତ ବର୍ଷ ପରି ଚଳିତ ବର୍ଷ ଶ୍ରାବଣ ମାସରେ ଠାକୁରଙ୍କୁ ଜଳ ଲାଗି ବାରଣ କରାଯାଇଛି । ଜୁଲାଇ ୨୩ରୁ ଶ୍ରାବଣ ଆରମ୍ଭ । ୨୬ରେ ପଡୁଛି ପ୍ରଥମ ସୋମବାର ତଥା ବୋଲ୍‌ବମ୍‌ର ପ୍ରଥମ ପାଳି । ସରକାରୀ ନିଷ୍ପତ୍ତି ଅନୁଯାୟୀ ଏଥର ବି ବୋଲବମ୍‌ ଉପରେ କଟକଣା ଲଗାଯାଇଛି।

Leave a Reply

Your email address will not be published.