ଆଜି ବସିବ କେନ୍ଦ୍ର କ୍ୟାବିନେଟ ବୈଠକ, ମୌସୁମୀ ଅଧିବେଶନ ସମ୍ପର୍କରେ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀମଣ୍ଡଳ ଜୁଲାଇ ୭ରେ ସଂପ୍ରସାରଣ ହୋଇଥିଲା । ଆଜି ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିବ । କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ପରେ ଏହା ହେବ ୨ୟ କ୍ୟାବିନେଟ୍ ବୈଠକ । ଏଠି ବୈଠକ ବୁଧବାର ଅର୍ଥାତ ଆଜି ଦିନ ୧୧ଟା ବସିବ । ଆସନ୍ତା ୧୯ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାରୁ ସେ ସମ୍ପର୍କରେ ଏହି କ୍ୟାବିନେଟ୍ ବୈଠକରେ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଏହି ବୈଠକ ଯାହାକି ଭର୍ଚୁଆଲ ମୋଡରେ ନ ହୋଇ ପ୍ରତ୍ୟକ୍ଷଭାବେ ଅନୁଷ୍ଠିତ ହେବ । ଶେଷ ଥର ପାଇଁ ଏକ ପ୍ରତ୍ୟକ୍ଷ ଭାବେ କ୍ୟାବିନେଟ୍ ବୈଠକ ଗତ ବର୍ଷ ଏପ୍ରିଲ ମାସରେ ଅନୁଷ୍ଠିତ ହୋଇଥିଲା । କିନ୍ତୁ କରୋନା ବ୍ୟାପିବା ପରେ କ୍ୟାବିନେଟ୍ ବୈଠକଗୁଡ଼ିକ ଭର୍ଚୁଆଲ ମୋଡ ବା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେଉଥିଲା ।

Leave a Reply

Your email address will not be published.