ଆଜି ପ୍ରକାଶ ପାଇବ ସିବିଏସ୍ଇ ମାଟ୍ରିକ ରେଜଲ୍ଟ

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ସିବିଏସଇ ମାଟ୍ରିକ ରେଜଲ୍ଟ । କରୋନା କଟକଣା ମଧ୍ୟରେ ରେଜଲ୍ଟ ମଧ୍ୟାହ୍ନ ୧ରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଏହା ବ୍ୟତୀତ ପଞ୍ଜୀକୃତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏସଏମଏସ୍‌, ଡିଜିଲକର ଏବଂ ଉମଙ୍ଗ ଆପରେ ମଧ୍ୟ ରେଜଲ୍ଟ ଉପଲବ୍ଧ ହେବ।  ସୁଚନା ଅନୁସାରେ କରୋନା କଟକଣା ମଧ୍ୟରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଚଳିତ ବର୍ଷ ପରୀକ୍ଷା ବନ୍ଦ କରାଯାଇଥିଲା । 

ତେବେ ଯେଉଁମାନେ ମୂଲ୍ୟାଙ୍କନ ପଦ୍ଧତିରେ ଅସନ୍ତୁଷ୍ଟ ସେମାନେ ଅଫଲାଇନ୍‌ରେ ପରୀକ୍ଷା ଦେଇ ପାରିବେ। କୋଭିଡ-୧୯ ସ୍ଥିତି ସୁଧୁରିଲେ ଏହି ଅଫଲାଇନ ପରୀକ୍ଷା ଆୟୋଜନ କରାଯିବ । ସିବିଏସ୍‌ଇର ଅଫିସିଆଲ ସାଇଟ୍ cbseresults.nic.inକୁ ଯାଇ ଛାତ୍ରଛାତ୍ରୀ ମାନେ ସେମାନଙ୍କର ପରୀକ୍ଷା ଫଳ ଦେଖିପାରିବେ।

Leave a Reply

Your email address will not be published.