ସିଇଟିକୁ ମିଳିଲା ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭୂବନେଶ୍ବର: ସିଇଟିକୁ ବା କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି କଲେଜକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଛି ରାଜ୍ୟ କ୍ୟାବିନେଟ । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ମାଷ୍ଟରକ୍ୟାଣ୍ଟିନରେ ଧନ୍ୟବାଦ ଜଣାଇଛି ବିଜୁ ଯୁବ ଜନତା ଦଳ । ଏହି ନୂତନ ଏକକ ବିଶ୍ୱବିଦ୍ୟାଳୟ ବୈଷୟିକ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ସହ ବୈଷୟିକ ଜ୍ଞାନକୌଶଳ ଓ ଗବେଷଣା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ପ୍ରତିଷ୍ଠା କରିବ ବୋଲି କହିଛି ଦଳ । ସିଇଟି କଲେଜ ଏକକ ବିଶ୍ୱବିଦ୍ୟାଳୟ ହେବା ପରେ ଛାତ୍ରଛାତ୍ରୀ ଅଧିକ ଟ୍ରେନିଂ ଓ ଗବେଷଣା କ୍ଷେତ୍ରରେ ସୁଯୋଗ ପାଇବେ । ଏହାର ନାଁ ରହିବ ଓଡ଼ିଶା ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ । ଏହି ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ ।

ଏଥିସହ ସିଇଟି ବିଭିନ୍ନ କମ୍ପାନୀ ସହ ଏମଓୟୁ କରିପାରିବ । ଦେଶ ବିଦେଶର ଅନ୍ୟ ବିଶ୍ୱବିଦ୍ୟାଳୟ ସହଯୋଗରେ କାମ ବି କରିପାରିବ । ଏଥିପାଇଁ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ବିଲ୍ ୨୦୨୧କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି । ୧୯୮୧ ମସିହାରେ ପ୍ରତିଷ୍ଠା ଲାଭ କରିଥିଲା ଏହି ଅଗ୍ରଣୀ ବୈଷୟିକ ଅନୁଷ୍ଠାନ ।

Leave a Reply

Your email address will not be published.