ବଢିଚାଲିଛି ବିବାଦ, ଆଜି ପୁଣି ଫ୍ୟାମିଲ କୋର୍ଟରେ ହାଜର ହେଲେ ବର୍ଷା ଓ ଅନୁଭବ

ଭୂବନେଶ୍ବର: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କର ପତ୍ନି ବର୍ଷା ପ୍ରିୟଦର୍ଶୀନିଙ୍କ ମଧ୍ୟରେ ପାରିବାରିକ ବିବାଦ ବଢି ଚାଲିଛି । ଗୋଟେ ପଟେ ଅନୁଭବ ପତ୍ନୀ ବର୍ଷା ପ୍ରୀୟଦର୍ଶିନୀଙ୍କ ଠାରୁ ବିବାହ ବିଚ୍ଛେଦ ଚାହୁଁଥିବା ବେଳେ ଅନ୍ୟପଟେ ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶିନୀ ଛାଡପତ୍ର ଦେବାକୁ ରାଜି ନାହାଁନ୍ତି ।

ଯାହାକୁ ନେଇ କୋର୍ଟରେ ଗୋଟିଏ ପରେ ଗୋଟିଏ ତାରିଖ ଗଡି ଚାଲିଛି । ମାତ୍ର ସମସ୍ୟାର ସମାଧାନ ହୋଇପାରୁନି । ଆଜି ମଧ୍ୟ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ସାଂସଦ ଅନୁଭବ ମାହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶିନୀ ।

ପୂର୍ବରୁ କଟକ ଫ୍ୟାମିଲି କୋର୍ଟରେ ଅନୁଭବ ହାଜର ହୋଇଥିବା ବେଳେ ବର୍ଷା ଅନୁପସ୍ଥିତ ରହିଥିଲେ ମାତ୍ର ବର୍ତ୍ତମାନ ଉଭୟ ପୁଣି ଥରେ କୋର୍ଟ ରୁମରେ ମୁହାଁମୁହିଁ ହୋଇଛନ୍ତି । ତେବେ ଆଜି କଟକ ଫ୍ୟାମିଲି କୋର୍ଟରେ ହାଜର ହେବା ପାଇଁ ଉଭୟଙ୍କୁ ନୋଟିସ୍ କରାଯାଇଥିଲା ଯାହାପରେ ଆଜି ଦୁହେଁ ହାଜର ହୋଇଥିବା ଜଣାପଡିଛି ।

Leave a Reply

Your email address will not be published.