ଓଡିଶାରେ ଲୁଚି ରହିଛନ୍ତି ବାଂଲାଦେଶୀ ଆତଙ୍କବାଦୀ

ଭୂବନେଶ୍ବର: ଓଡ଼ିଶାରେ ଜମାତ-ଉଲ-ମୁଜାଉଦ୍ଧିନର ଦୁଇ ଆତଙ୍କବାଦୀ ଲୁଚି ରହିଛନ୍ତି । ବାଂଲାଦେଶୀ ଆତଙ୍କବାଦୀ ସଂଗଠନ ରାଜ୍ୟ ଭିତରେ ଲୁଚିଥିବା ନେଇ ବିଶେଷ ସୂତ୍ରରୁ ମିଳିଛି ସୂଚନା । ଗତ ରବିବାର ଦିନ ଜେଏମବିର ୩ ଜଣ ସଦସ୍ୟ କୋଲକାତା ଏସଟିଏଫ ଦ୍ୱାରା କୋଲକାତାରୁ ଗିରଫ ହେବା ପରେ ଏମାନଙ୍କର ଅନ୍ୟ ସହଯୋଗୀ ମାନଙ୍କ ବିଷୟରେ କୋଲକାତା ଏସଟିଏଫକୁ ସୂଚନା ମିଳିଛି । ଯାହାକୁ ଭିତି କରି ଏବେ ଓଡ଼ିଶାରେ ଜାରି ହୋଇଛି ହାଇ ଆଲର୍ଟ ।  ଓଡ଼ିଶା ଏସଟିଏଫ୍ ଟିମ୍ ସହ ପଶ୍ଚିମବଙ୍ଗ ଏସଟିଏଫ୍ ଟିମ୍ ଏବେ ଯୋଗାଯୋଗ ରହିଛି । ଏବଂ ଆତଙ୍କବାଦୀଙ୍କ ସୂଚନା ମିଳିବା ପରେ ଏବେ ଓଡ଼ିଶା ପୋଲିସ୍ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଛି ।

କିଛି ଦିନ ତଳେ କୋଲକାତା ଦେଇ ଜମାତ-ଉଲ-ମୁଜାଉ ଦ୍ଧିନ୍ ଆତଙ୍କବାଦୀ ସଂଗଠନର ୧୫ ଜଣିଆ ଆତଙ୍କବାଦୀ ଦଳ ଦେଶ ଭିତରକୁ ପ୍ରବେଶ କରିଥିଲେ । ଏହାପରେ ଛୋଟ ଛୋଟ ଦଳ ହୋଇ ଏମାନେ କୋଲକାତା, ଓଡ଼ିଶା, ଝାଡଖଣ୍ଡ ଓ ଜମ୍ମୁ-କାଶ୍ମୀର ଆଦିରେ ଲୁଚିଥିବା ଭାରତୀୟ ଗୁଇନ୍ଦା ସଂସ୍ଥା ସନ୍ଦେହ କରୁଛି । 

ଆତଙ୍କବାଦୀ ମାନଙ୍କ ମଧ୍ୟରୁ ୫ ଜଣ ପଶ୍ଚିମବଙ୍ଗରେ ଲୁଚି ରହିଥିବାର ସୂଚନା ମିଳିବା ପୋ କଲିକତା ପୋଲିସ୍ ର ଏସଟିଏଫ୍ ଟିମ୍ ଦ୍ୱରା ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଛି ଓ ବାକି ଦୁଇ ଜଣଙ୍କୁ ସନ୍ଧାନ ଜାରି ରହିଛି ।ତେବେ ଗିରଫ ହୋଇଥିବା ଆତଙ୍କବାଦୀ ମାନଙ୍କ ବୟାନ ଅନୂଯାଇ ଏବେ ରାଜ୍ୟର କେଉଁ ସ୍ଥାନରେ ଆତଙ୍କବାଦୀ ମାନେ ଲୁଚିଥାଇ ପାରନ୍ତି ତାହାର ଅନୁଧ୍ୟାନ କରାଯାଉଛି । ଗତ ୬ ବର୍ଷ ମଧ୍ୟରେ ରାଜ୍ୟରେ ଲୁଚି ରହିଥିବା ବିଭିନ୍ନ ସଂଗଠନର ୮ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ।

ଜେଏମବି ସଂଗଠନ ଦ୍ୱାରା ଅତିତରେ ଅନେକ ବଡ଼ ବଡ଼ ଆତଙ୍କବାଦୀ ଆକ୍ରମଣ କରାଯାଇଛି । ଶେଷ ଥର ପାଇଁ ୨୦୧୬ରେ ଢାକାରେ ଏକ ବଡ଼ ଧରଣର ଆତଙ୍କବାଦୀ ହାମଲା କରିଥିଲା ଏହି ସଂଗଠନ ଲହା ପର ଠାରୁ କ୍ରମାଗତ ଭାବରେ ଏହା ଭାରତରେ ନିଜ ସଂଗଠନକୁ ବିସ୍ତାର ଲକ୍ଷ୍ୟରେ ଯୋଜନା କରି ଆସୁଛି ।

Leave a Reply

Your email address will not be published.