ବାଚସ୍ପତି ଓମ ବିର୍ଲା ଜୁଲାଇ ୧୮ରେ ଡାକିଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନ ପୂର୍ବରୁ ଲୋକସଭା ବାଚସ୍ପତି ଓମ ବିର୍ଲା ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି । ଏହି ବୈଠକ ଜୁଲାଇ ୧୮ରେ ଡକାଯାଇଛି । ସଂସଦରେ ଆଗାମୀ ମୌସୁମୀ ଅଧିବେଶନ ସହ ଜଡିତ ଆଲୋଚନା ଏହି ବୈଠକରେ କରିବେ। ସଂସଦ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ ସୂଚନା ଦେଇ କହିଛନ୍ତିଯେ, ଏହି ବୈଠକ ସକାଳ ୧୧ ଟାରେ ହେବ।

ଜୁଲାଇ ୧୯ ରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନ କରୋନାର ଦ୍ୱୀତିୟ ଲହର ପରେ ପ୍ରଥମ ଅଧିବେଶନ ହେବ,ଯେଉଁଥିରେ ସରକାର ବହୁଳ ଭାବରେ ସମାଲୋଚନାର ଶିକାର ହୋଇଥିଲେ। ସେହିପରି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି, ରାଫାଲ ଚୁକ୍ତିରେ ଦୁର୍ନୀତି ଅଭିଯୋଗ, କୋଭିଡ ପରିସ୍ଥିତି ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ରଣନୀତି ପ୍ରସ୍ତୁତି କରି ମୌସୁମି ଅଧୀବେଶନରେ ଝଡ ସୃଷ୍ଟି କରିବାକୁ ପ୍ରସ୍ତୁିତ କଲେଣି।

ତେବେ ଏହି ସମୟରେ ରାଜନାଥ ସିଂଙ୍କ ବାସଭବନରେ ଗତକାଲି ସଂନ୍ଧ୍ୟାରେ ଦଳର ସଭାପତି ଜେପି ନଡ୍ଡା, ଅମିତ ଶାହା ଏବଂ ରାଜନାଥ ସିଂଙ୍କ ସମେତ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀମାନେ ଗତ ସନ୍ଧ୍ୟାରେ ଏକ ବେଠକ କରି ଆସନ୍ତା ମୌସୁମୀ ଅଧିବେଶନ ସହ ଜଡିତ ଆଲୋଚନା ଆଲୋଚନା କରିଥିଲେ। ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ଯାଦବ ଏବଂ ମୁଖ୍ତାରଅବ୍ବାସ ନାକଭି ଏବଂ ରାଜ୍ୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଭି ମୁରଲୀଧରନ୍ ଉପସ୍ଥିତ ଥିଲେ। ସେମାନଙ୍କ ବ୍ୟତୀତ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲଦ ଯୋଶୀ ମଧ୍ୟ ଏହି ସଭାରେ ଯୋଗ ଦେଇଥିଲେ।

Leave a Reply

Your email address will not be published.