ମନୀଷଙ୍କ ମୃତ୍ୟୁ ଉପରୁ ହଟିଲା ପରଦା: ବିଲ ପେମେଣ୍ଟକୁ ନେଇ ମୃତ୍ୟୁ ହୋଇଥିବା ଡିସିପିଙ୍କ ସୂଚନା

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ପରଦା ଉଠିଛି । ବିଲ ପେମେଣ୍ଟକୁ ନେଇ ମନୀଷଙ୍କ ସାଙ୍ଗମାନେ ହିଁ ତାଙ୍କୁ ହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ମନୀଷ ପ୍ରଥମେ ୩ ସାଙ୍ଗ ଅମ୍ରିତ ବିଶ୍ୱାଳ, ଦୀନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ରଙ୍କ ସହ ପାତ୍ରପଡା ଅଞ୍ଚଳର ଏକ ହୋଟେଲକୁ ଯାଇଥିଲେ । ତେବେ ହୋଟେଲରେ ବିଲ ପେମେଣ୍ଟକୁ ନେଇ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି । ହୋଟେଲ ବାହାରେ ମନୀଷଙ୍କୁ ବନ୍ଧୁମାନେ ଆକ୍ରମଣ କରିଥିଲେ । ମୃତ୍ୟୁ ସମ୍ପର୍କରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ବିସ୍ତୃତ ସୂଚନା ଦେଇଛନ୍ତି । ତେବେ ସିସିଟିଭି ଫୁଟେଜରେ ହତ୍ୟାକାରୀଙ୍କ ଗତିବିଧି ରେକର୍ଡ ହୋଇଛି ।

ସେହିପରି ୩ ବନ୍ଧୁଙ୍କ ଆକ୍ରମଣ ଓ ଠେଲାପେଲା ଯୋଗୁଁ ମନୀଷଙ୍କ ହତ୍ୟା ଘଟିଥିଲା । ତେବେ ମନୀଷଙ୍କ ମୃତ୍ୟୁ ପରେ ମୃତ ଦେହକୁ ଆଣି ପୋଖରୀରେ ଫିଙ୍ଗି ଦେଇଥିଲେ । ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବାକୁ ଶରୀରକୁ ପୋଖରୀରେ ଫିଙ୍ଗିଥିବା ଡିସିପି କହିଛନ୍ତି । ଏହାସହିତ ମୃତ ଶରୀରକୁ ପୋଖରୀରେ ଫିଙ୍ଗିବାକୁ ବ୍ୟବହୃତ ଗାଡି ସିଜ ମଧ୍ୟ ହୋଇଛି । ସେପଟେ ୩ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯାଇଥିବା ଡିସିପି କହିଛନ୍ତି ।

Leave a Reply

Your email address will not be published.