୧୬ଟି ଜିଲ୍ଲାରେ ଟିକାକରଣକୁ ସମ୍ପୂର୍ଣ୍ଣ ବନ୍ଦ୍ ରଖିଛି ସ୍ବାସ୍ଥ୍ୟ ବିଭାଗ

ଭୂବନେଶ୍ବର: ରାଜ୍ୟର ୧୬ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ରହିଛି । ବିଭିନ୍ନ ଜିଲ୍ଲାରେ ଟିକା ସରିଯାଇଥିବାରୁ ଏପରି ହୋଇଛି । ଆବଶ୍ୟକ ଅନୁସାରେ କୋଭିସିଲ୍ଡ ଟିକା ନଥିବାରୁ ଟିକାକରଣ ବନ୍ଦ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର, ସୁନ୍ଦରଗଡ଼ରେ ଟିକାକରଣ ବନ୍ଦ ରହିଛି ।

ଆଜି ମାତ୍ର ୧୧୪ କେନ୍ଦ୍ରରେ ଚାଲିଛି ଟିକାକରଣ । ରାଜ୍ୟରେ ମୋଟ ୧୬୧୩ଟି କେନ୍ଦ୍ର ରହିଛି । ସେଥିରୁ ଟିକାକରଣ ୧୪୯୯ ଟିକା କେନ୍ଦ୍ରରେ ବନ୍ଦ ରହିଛି । ଗତକାଲି ସୁଦ୍ଧା ରାଜ୍ୟରେ ୧୯ହଜାର ୫୨୦ ଡୋଜ୍ କୋଭିସିଲ୍ଡ ଟିକା ମହଜୁଦ ରହିଛି । ସେହିପରି ୩ ଲକ୍ଷ ୨୪ ହଜାର ୯୧୦ ଡୋଜ୍ କୋଭାକ୍ସିନ ରହିଛି ।

Leave a Reply

Your email address will not be published.