ପୁରୀ ସହରରେ ରଥଯାତ୍ରା ନିମନ୍ତେ ଲାଗୁ ହୋଇଥିବା କଟକଣାକୁ ପ୍ରତ୍ୟାହାର କରିନେଲା ଜିଲ୍ଲା ପ୍ରଶାସନ

ପୁରୀ: ରଥଯାତ୍ରାକୁ ଦୃଷ୍ଟିରେ ପୁରୀ ସହରରେ ବ୍ୟାପକ କଟକଣା ଲାଗୁ ହୋଇଥିଲା । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି । କେବଳ କେତେକ ଗୁରୁତ୍ୱପୁର୍ଣ୍ଣ ସ୍ଥାନରେ କଟକଣାକୁ ବଳବତ୍ତର ରଖାଯାଇଛି । ଯେପରିକି ପୁରୁଣା କୁମ୍ଭାରପଡ଼ା ସାହିର ମିଶ୍ର ଲେନ ଠାରୁ ବଡ଼ଶଙ୍ଖରୁ ବାନାମ୍ବର ଛକ, ନବକଳେବର ରୋଡ ବାନାମ୍ବର ଛକ ଠାରୁ ମାଟିଆପଡା ଛକ, ମାଟିଆପଡା ଛକ ଠାରୁ ଆଶୁତୋଷ ମଠ ଛକ, ଆଶୁତୋଷ ମଠ ଛକ ଠାରୁ ନୀଳକଣ୍ଠ ମନ୍ଦିର ଛକ, ନୀଳକଣ୍ଠ ମନ୍ଦିର ଛକ ଠାରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ କଟକଣା ୧୪ ତାରିଖ ସକାଳ ୬ ଘଟିକା ପର୍ଯ୍ୟନ୍ତ ବଳବତ୍ତର ରହିବ। 

ଗତକାଲି କୋଭିଡ୍ କଟକଣା ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା୨୦୨୧ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିନା ଭକ୍ତରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାରେ କୌଣଷି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ଏହି କଟକଣା ଲାଗୁ ହୋଇଥିବଲା ।

ଗତକାଲି ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଥିବା ବେଳେ କଟକଣାକୁ ଉଠାଇ ଦିଆଯାଇଛି । ତିନିରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଁଚାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବାୟତମାନଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ।

Leave a Reply

Your email address will not be published.