ମୌସୁମି ଅଧିବେଶନ ପୂର୍ବରୁ ବିରୋଧି ଦଳର ରଣନୀତି ପ୍ରସ୍ତୁତ, ୧୪ରେ ବସିବ କଂଗ୍ରେସର ଦଳୀୟ ବୈଠକ

ନୂଆଦିଲ୍ଲୀ: ଦେଶରେ ମୌସୁମି ଅଧିବେଶନ ପୂର୍ବରୁ ବିରୋଧି ଦଳ କଂଗ୍ରେସ ନିଜର ଅଙ୍କକଷା ଆରମ୍ଭ କରିସାରିଛି । ନୂଆ ରଣନୀତି ପ୍ରସ୍ତୁତ ଲାଗି ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳୀୟ ବୈଠକ ଡାକିଛନ୍ତି । ଯେଉଁଥିରେ ସରକାରଙ୍କୁ ଟାର୍ଗେଟ କରିବା ଲାଗି କେଉଁ ପ୍ରସଙ୍ଗକୁ ପ୍ରମୁଖ ଅସ୍ତ୍ର କରିବେ, ସେଥିପାଇଁ ବୈଠକ ଡକାଯାଇଥିବା କୁହାଯାଉଛି । ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଏହି ବୈଠକ ଜୁଲାଇ ୧୪ରେ ଆୟୋଜନ ହେବ । ଏହାସହ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଟିତ ହେବ । କୋଭିଡ-୧୯ ସ୍ଥିତି, ଟିକାକରଣରେ ମନ୍ଥରତା, ବେରାଜଗାର, ଦରବୃଦ୍ଧି ଓ କିଛି ଅନ୍ୟ ପ୍ରସଙ୍ଗ ସରକାରଙ୍କୁ ଘେରିବା ପାଇଁ ବୈଠକରେ ଆଲୋଚନା ହେବ । 

କଂଗ୍ରେସ ଲୋକସଭାରେ ନିଜର ନେତା ଅଧୀର ରଂଜନ ଚୌଧୁରୀଙ୍କୁ ହଟାଇବା ପାଇଁ ଏବଂ ତାଙ୍କ ସ୍ଥାନରେ ଅନ୍ୟ କାହାରିକୁ ନିଯୁକ୍ତି ଦେବା ପାଇଁ ବିଚାର କରିପାରେ । ମାତ୍ର ପାର୍ଟି ତରଫରୁ ଏହାି ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନାହିଁ । ସୂତ୍ର ଅନୁସାରେ ପଶ୍ଚିମବଙ୍ଗ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଚୌଧୁରୀଙ୍କୁ ହଟାଇବାକୁ ନେଇ ଚର୍ଚ୍ଚା ହୋଇପାରେ । କିନ୍ତୁ ଏହା ସ୍ପଷ୍ଟ ନାହିଁ । 

ବିଧାନସଭା ନିର୍ବାଚନ ସମୟରେ ଚୌଧୁରୀ ପଶ୍ଚିମବଙ୍ଗ ରାଜ୍ୟ କଂଗ୍ରେସର ସଭାପତି ଦାୟିତ୍ୱରେ ଥିଲେ । କୁହାଯାଉଛି ଯେ, ଚୌଧୂରୀଙ୍କୁ ହଟାଇବା ପାଇଁ ନିଷ୍ପତ୍ତି ହେଲେ, ତାଙ୍କ ସ୍ଥାନରେ ମୀନଷ ତିୱାରୀ, ଶଶି ଥରୁର ଗୌରବ ଗୋଗୋଇ ଓ ରୱନୀତ ବିଟ୍ଟୁଙ୍କ ମଧ୍ୟରୁ କେହି ଜଜେଣ ନିଯୁକ୍ତ ହେବେ । 

Leave a Reply

Your email address will not be published.