ଯୁକ୍ତଦୁଇ ପରୀକ୍ଷା ମୂଲ୍ୟାଙ୍କନକୁ ନେଇ ବାହାରିପାରେ ଚୂଡାନ୍ତ ନିଷ୍ପତ୍ତି

ଭୂବନେଶ୍ବର: ଯୁକ୍ତଦୁଇ ପରୀକ୍ଷା ମୂଲ୍ୟାଙ୍କନକୁ ନେଇ ଆଜି ବାହାରିପାରେ ଚୂଡାନ୍ତ ନିଷ୍ପତ୍ତି । ଗତକାଲି ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ପାଇଁ ବିଶେଷଜ୍ଞ ବୈଠକ ବସିଥିଲା । ତଥାପି କୌଣସି ନିଷ୍କର୍ସ ବାହାରି ପାରିନଥିଲା । ଆଜି ଅନ୍ତିମ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି । ଆଜି କିମ୍ବା ଶୁକ୍ରବାର ଏକ୍ସପୋର୍ଟ କମିଟିର ତା’ର ରିପୋର୍ଟ ସିଏଚ୍‌ଏସ୍‌ଇକୁ ପ୍ରଦାନ କରିବ ।

ବୁଧବାର ଅନୁଷ୍ଠିତ ହୋଇଥିବା ବୈଠକରେ ମାର୍କିଂକୁ ନେଇ କିଛି ସମସ୍ୟା ସୃଷ୍ଟି ହୋଇଥିବାରୁ ବୈଠକକୁ ପୁଣି ଥରେ ସ୍ଥଗିତ କରିବାକୁ ପଡ଼ିଲା । ତେବେ ଦଶମ ମାର୍କକୁ ମାନଦଣ୍ଡ ଭାବେ ଗ୍ରହଣକରି ପିଲାଙ୍କୁ ସାର୍ଟିଫିକେଟ୍ ଦେବାକୁ ବୈଠକରେ ମତ ପ୍ରକାଶ ପାଇଥିବା ବେଳେ ପ୍ରାକ୍ଟିକାଲ ମାର୍କକୁ ନେଇ ହିସାବ ହୋଇପାରୁନି ।

ଆଜିର ବୈଠକରେ ଯେଉଁ ନିସ୍କର୍ଷ ବାହାରିବ ତାହାର ରିପୋର୍ଟ ସିଏଚ୍‌ଏସ୍‌ଇକୁ ପ୍ରଦାନ କରାଯିବ । ରିପୋର୍ଟ ଯୁକ୍ତ ଦୁଇ ପରିଷଦକୁ ହସ୍ତାନ୍ତର ହେବା ପରେ ଯେଉଁ ନିଷ୍କର୍ସ ସମ୍ପର୍କରେ ଉଲ୍ଲେଖ କରାଯାଇଥିବ ସେଥିରେ ପରିବର୍ତ୍ତନ କିମ୍ବା ଅନ୍ୟ କିଛି ନିୟମକୁ ରଖାଯିବ ।

Leave a Reply

Your email address will not be published.