୧୮ ତାରିଖରେ ହୋଇପାରେ ୟୁଜି ଓ ପିଜି ପରୀକ୍ଷାକୁ ନେଇ ଚୂଡାନ୍ତ ନିଷ୍ପତ୍ତି

ଭୂବନେଶ୍ବର: ରାଜ୍ୟରେ କରୋନା ମହାମାରୀ ପିଲାଙ୍କ ପାଠ ପଢାକୁ ବହୁଳ ମାତ୍ରାରେ ପ୍ରଭାବିତ କରିଛି । ଜୀବନ, ଜିବିକା ସହ ଏଠି ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଗୋଟିଏ ପରେ ଗୋଟିଏ ପରୀକ୍ଷାକୁ ବନ୍ଦ କରାଯାଉଛି । ଏହାରି ଭିତରେ ୟୁଜି ଓ ପିଜି ପରୀକ୍ଷା ହେବା ପାଇଁ ଆଶା ପ୍ରକାଶ ପାଇଛି । ଏନେଇ ଆଶାବ୍ୟକ୍ତ କରିଛନ୍ତି ଉଚ୍ଛଶିକ୍ଷା ମନ୍ତ୍ରୀ । ତେଣୁ ଆଶନ୍ତା ୧୮ ତାରିଖରେ ଏନେଇ ଚୁଡ଼ାନ୍ତ ନିଷ୍ପତି ହେବ ବୋଲି ସୁଚନା ମିଳିଛି । ଆଜି ସମସ୍ତ କୁଳପତିଙ୍କ ବୈଠକରେ ଏନେଇ କୁହାଯାଇଛି । 

ସୁଚନା ଅନୁସାରେ ଅନଲାଇନ୍ ମାଧ୍ୟମରେ କ୍ଲାସ୍ କରାଯାଉଛି । ଯାହା ଜୁନ୍ ଶେଷ ଆଡ଼କୁ ସରିଯିବାର ସମ୍ଭାବନା ରହିଛି । ତେଣୁ ପରୀକ୍ଷା ହେବାର ଆଶାଙ୍କା ରହିଛି । ତେବେ ଦେଖିବାକୁ ଗଲେ ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ ହାର ହ୍ରାସ ପାଇବାକୁ ଲାଗିଛି ଫଳରେ ଅନେକ ଜିଲ୍ଲା ଗ୍ରିନ୍ ଜୋନକୁ ଫେରିବାରେ ଲାଗିଛି । 

Leave a Reply

Your email address will not be published.