ଆତଙ୍କବାଦୀ ଆକ୍ରମଣରେ ଦୁଇ ପୋଲିସ ସହିଦ

ଜାମ୍ମୁ: ପୁଣି ଜାମ୍ମୁ କାଶ୍ମୀରରୁ ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି । ଜାମ୍ମୁ କାଶ୍ମୀରରେ ବହୁ ସମୟରେ ଆତଙ୍କବାଦୀ ଓ ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିମୟ ହୁଏ । ତେବେ ଆତଙ୍କବାଦୀମାନେ ସୋପୋରର ଅରାମପୋରାର ନାକାରେ ପୋଲିସ ଏବଂ ସିଆରପିଏଫର ମିଳିତ ଦଳ ଉପରେ ଆକ୍ରମଣ କରିଛନ୍ତି।

ତେବେ ସୋପୋରରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ପୋଲିସ ଏବଂ ଦୁଇ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଅନ୍ୟ ଦୁଇ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହି ଆକ୍ରମଣ ପଛରେ ଲଶ୍କର-ଏ-ତାଇବା କାଶ୍ମୀରର ଆଇଜି ବିଜୟ କୁମାରଙ୍କୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଏ ପର୍ଯ୍ୟନ୍ତ ସବିଶେଷ ତଥ୍ୟ କିଛି ମିଳିପାରି ନାହିଁ।

Leave a Reply

Your email address will not be published.