ଗନ୍ଦିଁଆ ଡିଜିଟାଲ ମେଡ଼ିଆ ଆଶ୍ସୋସିଏସନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଗନ୍ଦିଁଆ: ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ତ ଲଟାବାଇଁଶିଆ ପ୍ରାଥମିକ ବିଦ୍ୟାଳୟରେ ଗନ୍ଦିଆ ଡିଜିଟାଲ ମେଡ଼ିଆ ଆଶ୍ସୋସିଏସନ ତରଫରୁ ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ଢେଙ୍କାନାଳ ଜିଲ୍ଲାର ବିଧାୟକ ସୁଧୀର କୁମାର ସାମଲ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହିତ କରୋନା ଯୋଦ୍ଧା ଏବଂ ରକ୍ତଦାନ କରିଥିବା ବ୍ୟକ୍ତିଙ୍କୁ ସମ୍ନାନିତ କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହାସହିତ ବିଧାୟକ ସୁଧୀର କୁମାର ସାମଲ ରକ୍ତଦାନ ଶିବିରରେ ବଢୁଥିବା ଅମ୍ଳଜାନ ସଙ୍କଟ ବିଷୟରେ ଅବଗତ କରାଇବା ସହ ରକ୍ତଦାନ କରିଥିବା ବ୍ୟକ୍ତିମାନଙ୍କୁ ଆମ୍ବ ଚାରା ମଧ୍ୟ୍ୟ ପ୍ରଦାନ କରିଥିଲେ ।

ଏହି ରକ୍ତ ଦାନ ଶିବିର ଆୟୋଜନ ଗନ୍ଦିଁଆ ଡିଜିଟାଲ ମେଡ଼ିଆ ଆଶ୍ସୋସିଏସନର ସଭାପତି ପ୍ରଦୀପ କୁମାର ଦାସ, ସାଧାରଣ ସମ୍ପାଦକ ବାଦଲ ମହାନ୍ତି, ସଂଗଠନ ସମ୍ପାଦକ ଖିରୋଦ ଚନ୍ଦ୍ର ଦାସ , କୋଷାଧକ୍ଷ ଅକ୍ଷୟ କୁମାର ପାତ୍ର, ଜିଲ୍ଲା ସଙ୍ଘର ସଭାପତି ସତ୍ୟ ସ୍ୱରୂପ ଦାସ ଏବଂ ଆଶ୍ସୋସିଏସନର ବରିଷ୍ଠ କର୍ମକର୍ତ୍ତା ସୌମ୍ୟ ରଞ୍ଜନ ମହାନ୍ତିଙ୍କର ତତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ନାଗାରାଜ ନ୍ୟୁଜ

 

 

 

Leave a Reply

Your email address will not be published.