ବୁର୍ଲା ଭୀମସାରେ ପ୍ରଥମ ବ୍ଲାକ ଫଙ୍ଗସ ସନ୍ଦିଗ୍ଧଙ୍କ ମୃତ୍ୟୁ

ଭୂବନେଶ୍ବର: ଆଜି ବୁର୍ଲା ଭୀମସାରରେ ପ୍ରଥମ ବ୍ଲାକ ଫଙ୍ଗସ ସନ୍ଦିଗ୍ଧଙ୍କ ମୃତ୍ୟୁ ଘଟିଛି ବୋଲି ଅନୁମାନ କରାଯାଉଛି । ଆଉ ୭ ଜଣ ବ୍ଲାକ ଫଙ୍ଗସ ସନ୍ଦିଗ୍ଧ ଭିମସାରରେ ଚିକିତ୍ସିତ ହେଉଥିବା ଭୀମସାର ଅଧିକ୍ଷକ ସୂଚନା ଦେଇଛନ୍ତି ।

ତେବେ ମୃତକ ଜଣଙ୍କର ନମୁନା ପରୀକ୍ଷା ପାଇଁ ଭୀମସାର କର୍ତ୍ତୃପକ୍ଷ ଭୁବନେଶ୍ୱରକୁ ପଠାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ବ୍ଲାକ ଫଙ୍ଗସ କି ନୁହଁ ସ୍ପଷ୍ଟ ହୋଇନାହିଁ । ଅନ୍ୟ ତିନିଜଣ ସନ୍ଦିଗ୍ଧଙ୍କ ମଧ୍ୟ ନମୁନାକୁ ଭୁବନେଶ୍ୱରକୁ ପରୀକ୍ଷା ପାଇଁ ପଠାଯାଇଛି । ସେଠାରୁ ରିପୋର୍ଟ ଆସିବା ପରେ ହିଁ ଏହି ସମସ୍ତ ରୋଗୀ ବ୍ଲାକ ଫଙ୍ଗସରେ ପୀଡିତ କି ନୁହଁ ତାହା ସ୍ପଷ୍ଟ ହୋଇପାରିବ ବୋଲି ଭୀମସାର ଅଧିକ୍ଷକ ପ୍ରଫେସର ଡାକ୍ତର ଲାଲ ମୋହନ ନାୟକ ସୂଚନା ଦେଇଛନ୍ତି ।

ଭିମ୍‌ସାରରେ ଚିକିତ୍ସିତ ୭ ଜଣ ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ମଧ୍ୟରୁ କର୍ଣ୍ଣ, ନାଶା ଓ ଗଳା ବିଭାଗରେ ୪ ଜଣ ଏବଂ ସ୍ବତନ୍ତ୍ର ଯତ୍ନ କୋଠରୀ (ଆଇସିୟୁ)ରେ ୩ ଜଣ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ତେବେ କେବଳ ବରଗଡ଼ ଜିଲା ବରପାଲି ଅଞ୍ଚଳରୁ ଆସିଥିବା ରୋଗୀକୁ ଆମ୍ଫୋଟେରିସିନ-ବି ଇଞ୍ଜେକସନ ମିଳିଥିବା ବେଳେ ଅନ୍ୟ ରୋଗୀମାନଙ୍କୁ ଏହି ଇଞ୍ଜେକ୍ସନ ମିଳିପାରି ନ ଥିବା ଜଣାପଡ଼ିଛି। ବରପାଲିର ରୋଗୀକୁ ଛାଡ଼ିଦେଲେ ଅନ୍ୟମାନଙ୍କ ଅବସ୍ଥା ଗୁରୁତର ରହିଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।

Leave a Reply

Your email address will not be published.