ପରିଶେଷରେ ହାର ମାନିଲା ଟ୍ଵିଟର

ନୂଆଦିଲ୍ଲୀ: ପରିଶେଷରେ ହାର ମାନିଛି ଟ୍ଵିଟର । କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ନେଇ ସୋଶାଲ ମିଡିଆ କମ୍ପାନୀ ଟ୍ୱିଟର ଓ କେନ୍ଦ୍ର ସରକାର ମଧ୍ୟରେ ବିବାଦ ତେଜିଥିଲା । ଏହାରି ଭିତରେ ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ଏହି ଆମେରିକାନ କମ୍ପାନୀ କହିଛି ସେ ଭାରତ ସରକାରଙ୍କ ନିୟମକୁ ମାନିବେ।

ଗତ ସପ୍ତାହରେ ଟ୍ୱିଟର କେନ୍ଦ୍ରର ନିୟମ ନମାନିବା ପରେ ସରକାର ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା। ଯେଉଁଥିରେ କେନ୍ଦ୍ରର ନୂଆ ଆଇଟି ନିୟମ ମାନିବା ପାଇଁ ଟ୍ୱିଟରକୁ ନିର୍ଦ୍ଦେଶ ଦେବାକୁ ଆବେଦନ ହୋଇଥିଲା। ଏହାପରେ ସୋମବାର ହାଇକୋର୍ଟରେ ଟ୍ୱିଟର କହିଛି ଯେ ଆମେ କେନ୍ଦ୍ରର ନିୟମ ମାନୁଛୁ। କେନ୍ଦ୍ରର ଗାଇଡ୍ ଲାଇନ୍ ଅନୁଯାୟୀ ମେ ୨୮ ସୁଦ୍ଧା ସେ ସମସ୍ତ ନିଯୁକ୍ତି କରିଛନ୍ତି ବୋଲି ଦିଲ୍ଲୀ ହାଇକୋର୍ଟରେ କହିଛି ଟ୍ୱିଟର। ସରକାର କିନ୍ତୁ କହିଛନ୍ତି ଟ୍ୱିଟର ଯେଉଁ ପକ୍ଷ ରଖିଛି ତାର କୌଣସି ସତ୍ୟତା ନାହିଁ।

Leave a Reply

Your email address will not be published.