ସର୍ବୋଚ୍ଚ ଅଦାଲତରେ ଜୁନ୍ ୩ରେ ସିବିଏସ୍ଇ ପରୀକ୍ଷାର ଶୁଣାଣୀ

ନୂଆଦିଲ୍ଲୀ: ସିବିଏସଇ ପରୀକ୍ଷା ସମ୍ପର୍କୀତ ଦାୟର ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା । ପରୀକ୍ଷା ସମ୍ପର୍କୀତ ଶୁଣାଣି ପାଇ ସୁପ୍ରିମକୋର୍ଟ ଆଜିର ତାରିଖକୁ ଧାର୍ଯ୍ୟ କରିଥିଲେ । ଆଜି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି ସର୍ବୋଚ୍ଚ ଅଦାଲତ । ଜୁନ୍ ୩ ତାରିଖ ସୁଦ୍ଧା ନିଷ୍ପତ୍ତି ଶୁଣାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସେହିଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଆଶା କରାଯାଉଛି ଦୁଇ ଦିନ ପରେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ଚୂଡ଼ାନ୍ତ ରାୟ ଆସିପାରେ । ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି । ଆବେଦନକାରୀ ଚଳିତବର୍ଷ ପରୀକ୍ଷାକୁ ବନ୍ଦ କରିବା ସହ ଗତବର୍ଷ ଢାଞ୍ଚାରେ ମାର୍କ ଦେବାକୁ ଦର୍ଶାଇଛନ୍ତି ।

ଜଷ୍ଟିସ ଏ. ଏମ୍. ଖନଓ୍ୱିଲକର ଓ ଜଷ୍ଟିସ ଦୀନେଶ ମାହେଶ୍ୱରୀଙ୍କୁ ନେଇ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି ।

Leave a Reply

Your email address will not be published.