୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ଖୁସି ଖବର, ସେପ୍ଟମ୍ବର ସୁଦ୍ଧା ଦିଆଯିବ କରୋନା ଟିକା ଜାଇଡସ

ଭୂବନେଶ୍ବର: କରୋନା ମହାମାରୀର ତୃତୀୟ ଲହର ଆସିବା ପୂର୍ବରୁ ୧୨ ବର୍ଷରୁ ୧୮ବର୍ଷ ବୟସର ପିଲାମାନଙ୍କର ଟୀକାକରଣ ପାଇ ବ୍ୟବସ୍ଥା ଚାଲିଛି । ସେପ୍ଟେମ୍ବର ସୁଦ୍ଧା ଜାଇଡସ୍ ଟିକା ଦିଆଯିବା ନେଇ ସୂଚନା ମିଳିଛି । ଏହି ସୂଚନା ଦେଇଛନ୍ତି ଟିକା ପ୍ରଶାସନ ଉପରେ ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ମୁଖ୍ୟ ଡ.ଏନ.କେ ଆରୋରା ।

ଡକ୍ଟର ଆରୋରା ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତିଯେ, ଜାଇଡସ୍ ଟିକା ପାଇଁ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ ଆସନ୍ତା ସପ୍ତାହ ମଧ୍ୟରେ ମିଳିପାରେ । ତେବେ ୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ କୋଭାକ୍ସିନ୍ ପର୍ଯ୍ୟାୟ ୩ ପରୀକ୍ଷା ଆରମ୍ଭ ହୋଇଛି କିନ୍ତୁ ଏହା ପୂର୍ବରୁ ୧୨ ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ ଜିଡସ୍ କ୍ୟାଡିଲାଙ୍କ ପାଇଁ ପରୀକ୍ଷା ତଥ୍ୟ ଉପଲବ୍ଧ ହେବ ବୋଲି ସେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.