ପଞ୍ଚାୟତ ଇଲେକ୍ସନ ତାରିଖ ଆଜି ଘୋଷଣା କରିପାରନ୍ତି ନିର୍ବାଚନ କମିଶନ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଆଜି ଘୋଷାଣା ହୋଇପାରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ । ଗତକାଲି ସନ୍ଧ୍ୟାରେ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରଶାଦ ପାଢ଼ି ରାଜ୍ୟପାଳଙ୍କୁ ଭେଟି ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଛନ୍ତି । ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନ ସମୟରେ ଆଇନଶୃଙ୍ଖଳା ରକ୍ଷା ନେଇ ନିର୍ବାଚନ କମିଶନର ପୋଲିସ ଡିଜି, ଅଇଜି ଓ ଡିଆଇଜିଙ୍କ ସହ ଦୃଶ୍ୟ ସଞ୍ଚାରୀ ମାଧ୍ୟମରେ ଆଲୋଚନା କରିଛନ୍ତି । ଆଜି ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ସହିତ ଆଦର୍ଶ ଆଚରଣବିଧି ଲାଗୁ ହୋଇପାରେ ।

ଭାରତର ନିର୍ବାଚନ କମିଶନର କୋଭିଡ୍ କଟକଣା ମଧ୍ୟରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି । ଏହି ଦୃଷ୍ଟିରୁ ରାଜ୍ୟ ନିର୍ବାଚନ କମିଶନର କଟକଣା ମଧ୍ୟରେ ପଞ୍ଚାୟତ ନିର୍ବାଚନ କରବାକୁ ସଙ୍କେତ ଦେଇଛନ୍ତି । ଗତକାଲି ନିର୍ବାଚନ କମିଶନର ଆଦିତ୍ୟ ପ୍ରଶାଦ ପାଢ଼ିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ ରାଜନୈତିକ ଦଳମାନଙ୍କୁ ଲାଗୁ ହେବାକୁ ଥିବା ବିଭିନ୍ନ କଟକଣା ବିଷୟରେ ଅବଗତ କରିଥିଲେ। ମାର୍ଚ୍ଚ ସୁଦ୍ଧା ପଞ୍ଚାୟତ ପ୍ରତିନିଧିଙ୍କ କାର୍ୟ୍ୟକାଳ ଶେଷ ହେଉଥିବାରୁ ଏହା ପୁର୍ବରୁ ନିର୍ବାଚନ ଶେଷ ହେବା ଆବଶ୍ୟକ ବୋଲି ନିର୍ବାଚନ କମିଶନ କହିଛନ୍ତି । ତେବେ ବିରୋଧୀ ଦଳ ମାନଙ୍କ ପକ୍ଷରୁ ନିର୍ବାଚନକୁ ଦୁଇରୁ ତିନି ମାସ ଘୁଞ୍ଚାଇବାକୁ ପ୍ରସ୍ତାବ ଦେଇଥିଲେ ।

Leave a Reply

Your email address will not be published.