ଲୁଟ ଘଟଣାର ଅଭିଯୁକ୍ତକୁ ଧରିଲା ସ୍ପୋଶାଲ ସ୍କ୍ବାଡ

ଭୂବନେଶ୍ବର: ଗଲା ସୋମବାର ରାଜଧାନୀ ଭୁବନେଶ୍ୱର ନୟାପଲ୍ଲୀରେ ଜଣେ ମହିଳାଙ୍କୁ ଲୁଟ ପାଇଁ ଆକ୍ରମଣ କରିଥିଲେ କିଛି ଦୁର୍ବୁତ୍ତ । ତଣ୍ଟିକାଟି ଲୁଟ୍ କରିବାକୁ ଉଦ୍ୟମ କରିଥିଲେ । ଆଜି ଉକ୍ତ ଘଟଣାର ସହ ସମ୍ପୃକ୍ତ ଯୁବକକୁ କାବୁ କଲା ସ୍ପୋଶାଲ ସ୍କ୍ୱାଡ଼୍ । ଖବର ଅନୁସାରେ ନୟାପଲ୍ଲୀ ଭିଆଇପି କଲୋନୀରେ ରାସ୍ତାରେ ଯାଉଥିବା ବେଳେ ମହିଳାଙ୍କ ଠାରୁ ଲୁଟ୍ ଉଦ୍ୟମ ହୋଇଥିଲା ।

ଠିକ୍ ସେହି ସମୟରେ ମହିଳା ଜଣକ ଦୁର୍ବୁତ୍ତର ଆକ୍ରମଣ ଶିକାର ହୋଇଥିଲେ । ଯାହାଫଳରେ ତାଙ୍କର ତଣ୍ଟି କଟିଯାଇଥିଲା । ଯାହାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଥିଲା ।

ପରେ ସେହି ସିସିଟିଭି ଫୁଟେଜ୍ ମାଧ୍ୟମରେ ପୋଲିସ୍ ସେହି ଦୁର୍ବୁର୍ତ୍ତକୁ ଧରିବାରେ ସଫଳ ହୋଇଛି ଏବଂ କାହିିଁକି ଆକ୍ରମଣ କରିଥିଲା ଜାଣିବାକୁ ଚାଲିଛି ପଚରାଉଚରା ।

Leave a Reply

Your email address will not be published.