୩୩ ବର୍ଷର ମହିଳା ୨୨ ବର୍ଷର ଯୁବକ ସହ ଫେରାର

ବଲାଙ୍ଗିର: ସ୍ୱାମୀ ସମ୍ମୁଖରେ ସ୍ତ୍ରୀର ହେଲା ବାହାଘର । ଘଟଣାଟି ଅଡୁଆ ଲାଗୁଥିଲେବି ଖବରଟି ସତ । ସୂଚନା ଅନୁସାରେ ସ୍ୱାମୀ ଓ ଦୁଇ ପୁଅକୁ ଛାଡି ୩୩ ବର୍ଷର ମହିଳା ୨୨ବର୍ଷର ପ୍ରେମିକ ସହିତ ଫେରାର ହୋଇଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ।

ପୋଲିସ ସହାୟତାରେ ପ୍ରେମିକ ସହିତ ଉକ୍ତ ମହିଳାଙ୍କ ପୁଣି ପଡିଛି ହାତଗଣ୍ଠି । ଏହି ସମସ୍ତ ଘଟଣା ସ୍ବାମିଙ୍କ ଉପସ୍ଥିତିରେ ହୋଇଛି । ଖବର ଅନୁସାରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅଂଚଳରେ ରହୁଥିଲେ ଏହି ମହିଳା ଜଣଙ୍କ । ଉକ୍ତ ମହିଳାଙ୍କର ୨୨ବର୍ଷର ଯୁବକ ସହିତ ଗଢିଉଠିଥିଲା ପ୍ରେମ ସମ୍ପର୍କ । ପ୍ରେମ ସମ୍ପର୍କର ପରିଣାମ ସ୍ବରୁପ ମହିଳା ଜଣଙ୍କ ନିଜର ଦୁଇ କୁନି କୁନି ଛୁଆଙ୍କୁ ଛାଡି ଉକ୍ତ ଯୁବକ ସହ ଫେରାର ହୋଇଯାଇଥିଲେ, କିନ୍ତୁ ଏହି ସବୁ ଘଟଣା ଘଟିଥିଲା ସ୍ବାମିଙ୍କ ଅଜାଣତରେ । ତେବେ ମହିଳାଙ୍କର ଉକ୍ତ ଯୁବକ ସହ ପଡିଛି ହାତ ଗଣ୍ଠି । ଯାହା ଉକ୍ତ ଅଞ୍ଚଳରେ ନିନ୍ଦାର ବାତାବରଣ ସୃଷ୍ଟି କରିଛି ।

ପାଟଣା ଗଡରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ ନାଗାରାଜ ନ୍ୟୁଜ

 

Leave a Reply

Your email address will not be published.