ଆଇପିଏଲ-୧୪ ଖେଳିବେ ନାହିଁ ସାକିବ- ଅଲ ହାସନ

ନୂଆଦିଲ୍ଲୀ: ଆଇପିଏଲ-୧୪ ଖେଳିବେ ନାହିଁ ସାକିବ- ଅଲ ହାସନ । କରୋନା ମହାମାରୀ ପାଇଁ ଆଇପିଏଲ ମ୍ୟାଚକୁ ସ୍ଥଗିତ ରଖାଯାଇଥିଲ । ତେବେ ଏହାର ଅବଶିଷ୍ଟ ମ୍ୟାଚ୍‌ ଖେଳାଯିବ । ସେପ୍ଟେମ୍ବର/ଅକ୍ଟୋବର ମାସରେ ଲିଗ୍‌ର ଅବଶିଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ଭାଗରେ ବାଂଲାଦେଶର ଅଲରାଉଣ୍ଡର ସାକିବ-ଅଲ ହାସନ ଯୋଗ ଦେବେ ନାହିଁ। ବାଂଲାଦେଶ କ୍ରିକେଟ୍‌ ବୋର୍ଡ ତାଙ୍କୁ ଏନ୍‌ଓସି ପ୍ରଦାନ କରିବ ନାହିଁ । ଏ ବିଷୟରେ ସ୍ପଷ୍ଟ କରି ବୋର୍ଡର ସଭାପତି ନଜମୁଲ ହାସନ କହିଛନ୍ତି, ସେହି ସମୟ ବେଳକୁ ଆମ ଦଳ ଅନ୍ତର୍ଜାତୀୟ ସୂଚୀରେ ବ୍ୟସ୍ତ ରହିଥିବ। ସେମିତି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଅକ୍ଟୋବର-ନଭେମ୍ବର ମାସରେ ଖେଳାଯିବ । ତେଣୁ ସାକିବଙ୍କୁ ଆଇପିଏଲ୍‌ ଖେଳିବାକୁ ଅନୁମତି ମିଳିବ ନାହିଁ।’ ସାକିବ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳୁଛନ୍ତି।

Leave a Reply

Your email address will not be published.