ଅଢେଇ ଇଞ୍ଚର ରଥ ନିର୍ମାଣ କରି ଚର୍ଚ୍ଚାରେ ସ୍ମୃତିରଞ୍ଜନ

କଟକ: ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏହାରି ମଧ୍ୟରେ ଜଣେ ଛାତ୍ର ରଥ ନିର୍ମାଣ କରି ଏକ ନୂଆ ଉଦ୍ଭାବନ ସୃଷ୍ଟି କରିଛନ୍ତି। ତାହା ପୁଣି ଦିଆସିଲ୍ କାଠିରେ ।
ମାତ୍ର ଅଢେଇ ଇଞ୍ଚର ରଥ କରି ଚର୍ଚ୍ଚାରେ ରାଜାବଗିଚା ସର୍ବୋଦୟପୁରର ଛାତ୍ର ସ୍ମୃତିରଞ୍ଜନ ମହାନ୍ତି । ପୂର୍ବରୁ ୬ ଇଞ୍ଚର ଦିଆସିଲ୍ କାଠି ଏବଂ ଖୋଳରେ ରଥ ତିଆରି କରିଥିଲେ ସ୍ମୃତିରଞ୍ଜନ । ଆଉ ଏବେ ଅଢେଇ ଇଞ୍ଚର ରଥ ସହ ମହମବତୀରେ ଶ୍ରୀ ଜଗନ୍ନାଥଙ୍କ ଏକ ଆକର୍ଷଣୀୟ ମୂର୍ତ୍ତି ତିଆରି କରିଛନ୍ତି ଛାତ୍ରଜଣକ । ଏହି ୬ ଇଞ୍ଚର ରଥରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତି ବିରାଜମାନ ରହିଛନ୍ତି । ଏହାସହ ଏଥିରେ ତିନୋଟି ଦିଆସିଲ୍ କାଠି ବ୍ୟବହାର କରିଥିଲେ ଛାତ୍ର ଜଣକ । ପରେ ସେ ଆହୁରି ଛୋଟ ରଥ କରିବେ ବୋଲି ଚିନ୍ତା କରି ଅଢେଇ ଇଞ୍ଚର ରଥ ତିଆରି କରିଛନ୍ତି । ଯେଉଁଥିରେକି, ୧୨ଟି ଦିଆସିଲ୍ କାଠି ସହିତ ଖୋଳକୁ ବ୍ୟବହାର କରାଯାଇଛି, ଏବଂ ଏହାକୁ ଗୋଟିଏ ଦିନରେ ଶେଷ କରିଛନ୍ତି ସ୍ମୃତିରଞ୍ଜନ।

ରାଜାବଗିଚାର ସ୍ମୃତିରଞ୍ଜନ ନିଜ ପରିବାର ସହ ରହିବା ସହ ଜେକେବିକେ କଲେଜ ଯୁକ୍ତ ଦୁଇରେ ଅଧ୍ୟୟନ କରନ୍ତି ।ତେବେ ପିଲାବେଳୁ ଠାକୁରଙ୍କ ପ୍ରତି ଢେର୍ ବିଶ୍ୱାସ ରହିଥିବାରୁ ଏହି ରଥକୁ ତିଆରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ ସ୍ମୃତିରଞ୍ଜନ । ପୂର୍ବରୁ ଅନେକ ଆକର୍ଷଣୀୟ ସାମଗ୍ରୀ ତିଆରି କରି ପୁରସ୍କୃତ ହୋଇଥିଲେ । ୬ ଇଞ୍ଚର ରଥ ନିର୍ମାଣ ପରେ ହିଁ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ପୁରସ୍କୃତ ହୋଇଥିଲେ କଟକର ଏହି ସୁନାପୁଅ । ପୁଅର ଏଭଳି ଆଗ୍ରହ ଦେଖି ପରିବାର ଲୋକେ ମଧ୍ୟ ସହଯୋଗ କରୁଛନ୍ତି । ଆଉ ଆଗକୁ ଇଣ୍ଡିଆ ରେକର୍ଡ଼ସ୍ ରାଇଟସରେ ନାଁ କମାଇବାକୁ ଲକ୍ଷ୍ୟ ରଖିଛନ୍ତି ସ୍ମୃତିରଞ୍ଜନଙ୍କ ପରିବାର ଲୋକେ ।

 

 

 

ସ୍ମୁତିରଞ୍ଜନ ଙ୍କ ବାପା

ସ୍ମୃତିରଞ୍ଜନ ଙ୍କ ଏଭଳି ଉଦ୍ୟମ ପାଇଁ ସମସ୍ତଙ୍କ ଠାରେ ପ୍ରଶଂସାର ପାତ୍ର ହୋଇଛନ୍ତି।

Leave a Reply

Your email address will not be published.